ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ


ବୌଦ୍ଧ (ହୃଦାନନ୍ଦ ମେହେର) ଶିଳ୍ପ ବିହୀନ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାକ୍ଷେତ୍ରରେ ବିଶେଷ ଭୂମିକା ରହିଛି। ସୋନପୁର ମହାବିଦ୍ୟାଳୟ ୧୯୬୪ ମସିହା ପ୍ରତିଷ୍ଠା ଲାଭ କରିଛି। ଏହି ପୁରାତନ ଶିକ୍ଷାନୁଷ୍ଠାନ ସମସ୍ତେ କ୍ଷେତ୍ରରେ ସଫଳତା ନେଇ ଦଣ୍ଡାୟମାନ ହୋଇଥିଲେ ମଧ୍ୟ ସରକାରୀ ଭାବରେ ଘୋଷିତ ହୋଇପାରି ନାହିଁ। ୧୯୯୩ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କରକମଳରେ ବିଜୁ ପଟ୍ଟନାୟକ ମହିଳା କଲେଜ ଉଦଘାଟିତ ହୋଇଥିଲା। ଜିଲ୍ଲା ସଦର ମହକୁମାରେ ଏକମାତ୍ର ମହିଳା ରହିଥିଲେ ମଧ୍ୟ ସରକାରୀ ଭାବରେ ସ୍ଵୀକୃତି ମିଳିପାରି ନାହିଁ।କେବିକେ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ପରି ପଛୁଆ ଯୋଜନାରେ ବହୁବର୍ଷ ସାମିଲ ହୋଇଥିଲେ ମଧ୍ୟ ଜିଲ୍ଲାର ସଦର ମହକୁମାରେ ଅବସ୍ଥିତ। ଉକ୍ତ ପୁରାତନ ଦୁଇଟି ଅନୁଷ୍ଠାନ କେବଳ ଶିକ୍ଷାନୁଷ୍ଠାନ ନୁହେଁ। ମନୁଷ୍ୟ ନିର୍ମାଣର କାରଖାନା କୁହାଯାଇପାରେ । କିନ୍ତୁ ଏହି ଅବହେଳିତ ଦୁଇଟି ଶିକ୍ଷାନୁଷ୍ଠାନଙ୍କୁ ସରକାରୀ ସ୍ଵୀକୃତି ମିଳିପାରି ନାହିଁ। ସୋନପୁର ମହାବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ସରକାରୀ ସ୍ତ୍ରୀକୃତି ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁଙ୍କୁ ଭେଟି ସୋନପୁର ଜନସାଧାରଣ ଦାବୀ କରିଥିଲେ।ସେହିପରି ଜିଲ୍ଲାରେ କୃଷି ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସମସ୍ତ ଭିତ୍ତିଭୂମି ରହିଥିବା ନେଇ ମନ୍ତ୍ରୀ ସାହୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଭିମନ୍ୟୁ କୁଶଳ,କଇଁରୁ ସ୍ୱାଇଁ, ମହାଦେବ ମଲ୍ଲିକ, ଶାନ୍ତନୁ ବାଘ, ମାନଭଞ୍ଜନ ବେଦବାକ, ରବି ମିଶ୍ର ପ୍ରମୁଖ ଦାବୀ ପତ୍ର ପ୍ରଦାନରେ ସାମିଲ ଥିଲେ ।


ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

Previous Post Next Post