ନିରପେକ୍ଷ ଓ ମୁକ୍ତ ନିର୍ବାଚନ କରିବାକୁ ଦାବୀ ହୋଇଛି


ବୌଦ୍ଧ,(ହୃଦାନନ୍ଦ ମେହେର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିରପେକ୍ଷ ଓ ମୁକ୍ତ ଭାବରେ ପରିଚାଳନା କରିବାକୁ ଜିଲ୍ଲା ବିଜେପି ପକ୍ଷରୁ ଦାବୀ କରାଯାଉଛି। ସ୍ଥାନୀୟ କସ୍ତୁରୀ ଲଜରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ ଶାସକ ବିଜେଡି ଦଳ ସପକ୍ଷରେ କାମ କରୁଛନ୍ତି ବୋଲି ବିଜେପି ଦଳ ପକ୍ଷରୁ ଅଭିଯୋଗ କରାଯାଉଛି। କରେ।ନା କଟକଣା ଯୋଗୁ ସଭାସମିତି ମନା ଥିବା ସତ୍ତ୍ଵେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଭାସମିତି ଚାଲୁଛି। ଏହି ନିର୍ବାଚନରେ ଅର୍ଥର ଦୁରୁପଯୋଗ ଆରମ୍ଭ ହୋଇଥିବାରୁ ଏହାକୁ ବନ୍ଦ କରିବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି। ବିଜେପି ସମର୍ଥନ ଚାଷୀ ଧାନ ବିକ୍ରି ସମୟରେ ହଇରାଣ କରାଯାଉଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ ଓ ମୁକ୍ତ ଭାବରେ କରିବାପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି । ଗତ କିଛିଦିନ ହେଲା ଜିଲ୍ଲା ବିଜେପି ରାଜନୀତିରେ ଚର୍ଚ୍ଚ। ପରିସରକୁ ଆସିଥିବା ବଲରାମ ସିଂ ଯାଦବଙ୍କ ଯୋଗଦାନ ସମ୍ପର୍କରେ ସାମ୍ବାଦିକମାନଙ୍କ ଉତ୍ତରରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ମହାପାତ୍ର କହିଲେ ଯେ ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେଡି ଯୋଗଦାନ କରି ପ୍ରଚାର କରିଥିଲେ।ତାଙ୍କର ବିଜେପି ଯୋଗ ଦେବା କଥା ଜିଲ୍ଲା ବିଜେପି କିମ୍ଵା ରାଜ୍ୟ ବିଜେପିରେ ଖବର ନାହିଁ। ଏହି ନିର୍ବାଚନ ଦଳରେ ତୃଣମୂଳରେ କାର୍ଯ୍ୟକରୁ ଥିବାର କାର୍ଯକର୍ତ୍ତାମାନଙ୍କ ଲଢେଇ କରୁଛନ୍ତି।କିଛି ଲୋକଦଳକୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରୁଛନ୍ତି। କିନ୍ତୁ ଦୀର୍ଘଦିନ ହେଲା ଜିଲ୍ଲାରେ ବିଜେପି ଦଳ କାର୍ଯ୍ୟକର୍ତ୍ତା ଶୃଙ୍ଖଳିତ ଓ ଏକଜୁଟ ହୋଇ ଲଢେଇ କରୁଛନ୍ତି ବୋଲି ସେ ମତବ୍ୟକ୍ତ ଦେଉଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ସଂଯୁକ୍ତ। ହୋତା, ଜିଲ୍ଲା ଆଇଟି ସେଲ ପ୍ରମୁଖ ସୁନିତା ଗିରି, ସୋନପୁର ନଗର ମଣ୍ଡଳ ସଭାପତି ଜଗତ ଜ୍ୟୋତି ତ୍ରିପାଠୀ, ଅନନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।


ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

Previous Post Next Post