ବିଷ୍ଣୁପୁର ପଞ୍ଚାୟତରେ ବିଜେପି କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ


ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭକର ମଲ୍ଲିକ

ବାଲେଶ୍ବର,(ଆଜତକ୍ ଓଡ଼ିଶା) ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତରେ ବିଜେପି କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ରବିବାର ବିଷ୍ଣୁପୁର ଗ୍ରାମର ପ୍ରଦୀପ ସୀଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଷ୍ଣୁପୁର ପଞ୍ଚାୟତର ସଭାପତି ନୀଳକଣ୍ଠ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମୀ ସମାବେଶ ଓ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଯୋଗଦେଇ ପଞ୍ଚାୟତ ନିର୍ବାଚନରେ କିପରି ବିଷ୍ଣୁପୁର ପଞ୍ଚାୟତର ସରପଞ୍ଚ ସମିତି ସଦସ୍ୟ,ଜିଲ୍ଲା ପରିଷଦ ସଦସ୍ୟ ତଥା ସମସ୍ତ ୱାର୍ଡମେମ୍ବର ପ୍ରାର୍ଥୀ ମାନେ କିପରି ଅଧିକ ଭୋଟରେ ବିଜୟ ହେବ ସେ ଦିଗରେ କର୍ମୀ ମାନଙ୍କୁ  ଆପ୍ରାଣ ଉଦ୍ୟମ କରିବା ପାଇଁ ଆହ୍ବାନ ଦେଇଥିଲେ। 


କର୍ମୀ ସମାବେଶରେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅରବିନ୍ଦ ବେହେରା,ସାଂସଦଙ୍କ ପ୍ରତିନିଧି ମହେଶ୍ୱର ଜେନା,ନଦୀସୁରକ୍ଷା ସମିତି (ନମାମୀ ଗଙ୍ଗେ) ରାଜ୍ୟ ସହ ସଂଯୋଜକ ଅଜୟ କୁମାର ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ଉପ ସଭାପତି ଶିବଶଙ୍କର ପ୍ରଧାନ, ଜିଲ୍ଲା କମିଟି ସଦସ୍ୟ ଅଦୈତ୍ୟ ବାଗ,ଗୌରବ ଅଣ୍ଡିଆ,ବାଲିଆପାଳ ମଣ୍ଡଳ ସଭାପତି ମୁରଲୀଧର ସାହୁ, ଖପରାପଦା ମଣ୍ଡଳ ସଭାପତି ଲକ୍ଷ୍ମୀଧର ପ୍ରଧାନ,ଯୁବନେତା କ୍ଷିତିଶ କୁମାର ଜେନା,ମନ୍ମଥ ପାତ୍ର ପ୍ରମୁଖ ଯୋଗଦେଇ ବିଜେପି ସଙ୍ଗଠନକୁ ଦୃଢ଼ କରିବା ସହିତ ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟ ସହିତ ସମସ୍ତ ୱାର୍ଡ ମେମ୍ବର ମାନଙ୍କୁ ବିଜୟ କରିବା ପାଇଁ କର୍ମୀ ମାନଙ୍କୁ ଜାଗ୍ରତ ରହି କାର୍ଯ୍ୟ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ।କର୍ମୀ ସମାବେଶରେ ବିଷ୍ଣୁପୁର ଗ୍ରାମର ପ୍ରଦୀପ ସୀ ଙ୍କ ନେତୃତ୍ୱ ରେ ବହୁ ଅନ୍ୟଦଳ କର୍ମୀ ବିଜେପିରେ ଯୋଗଦେଇଥିଲେ।

Post a Comment

Previous Post Next Post