ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ
ବାଲେଶ୍ୱର,(ଆଜତକ୍ ଓଡ଼ିଶା) ଆଧୁନିକ ସ୍ୱାର୍ଥବାଦୀ ମଣିଷ ସମାଜରେ ଆଜିବି ମଣିଷ ପଣିଆ ବଞ୍ଚି ରହିଛି । ତାହାର ଏକ ନିଚ୍ଛକ ଉଦାହରଣ ପାଲଟିଛନ୍ତି ମେ ଆଇ ହେଲ୍ପ ୟୁ ମୋ ପରିବାର ସାମାଜିକ ସଂଗଠନ ର କର୍ମୀ ପୁଷ୍ପଲତା ଦେ । ସେ ତାଙ୍କ ପୁତ୍ରର ଜନ୍ମଦିନ ଦିନ ଅବସରରେ ମେ ଆଇ ହେଲ୍ପ ୟୁ ମୋ ପରିବାର ସାମାଜିକ ସଂଗଠନକୁ ଆର୍ଥିକ ଅନୁଦାନ ପ୍ରଦାନ କରି ଏହି ସାମାଜିକ ସଂଗଠନ ଦ୍ୱରା ସଂଗଠନର ତିନୋଟି ଶାଖାର କର୍ମକର୍ତାଙ୍କ ମାଧ୍ୟମରେ ବହୁ ଅସହାୟ, ନିରାଶ୍ରୟ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଶୀତ ବସ୍ତ୍ର, ଗାମୁଛା, ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରିଛନ୍ତି । ପ୍ରଥମେ ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନର ଭୋଗରାଇ ଶାଖାର କାର୍ଯ୍ୟନିର୍ବାହୀ ସଭାପତି ପ୍ରଶାନ୍ତ ଘୋଷ ଏବଂ ଶାଖାର ଅନ୍ୟ କର୍ମକର୍ତାଙ୍କ ସହଯୋଗ ରେ ବାବା ଚନ୍ଦନେଶ୍ୱର ମନ୍ଦିରରେ ପୂଜା ଅର୍ଚ୍ଚନା କରି ମନ୍ଦିର ପ୍ରାଙ୍ଗଣରେ ଅସହାୟ ବ୍ୟକ୍ତି ବିଶେଷଙ୍କୁ କମ୍ବଳ, ଶାଢ଼ୀ ଓ ଶୁଖିଲା ଖାଦ୍ୟ ବିତରଣ କରାଯାଇଥିଲା । ପରେ ଏହି ସାମାଜିକ ସଂଗଠନର ପ୍ରତିଷ୍ଠାତା ଜଗନ୍ନାଥ ପରିଡା, ସଂଗଠନର ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ପ୍ରଧାନ ଏବଂ ଅନ୍ୟ କର୍ମକର୍ତାଙ୍କ ସହଯୋଗରେ ଜଳେଶ୍ୱର ଠାରେ ହାତ ରିକ୍ସା ଚାଳକଙ୍କୁ ଗାମୁଛା, ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରାଯାଇଥିଲା । ଶେଷରେ ଏହି ସଂଗଠନର ବାଲିଆପାଳ ଶାଖାର କାର୍ଯ୍ୟନିର୍ବାହୀ ସଭାପତି ରାଜକିଶୋର ପାତ୍ର, ଶାଖାର କୋଷାଧକ୍ଷ ଜୟନ୍ତ ହଟେଇ ଏବଂ ଅନ୍ୟ କର୍ମକର୍ତାଙ୍କ ସହଯୋଗରେ ବାଲିଆପାଳ ବ୍ଲକର ଛୟାଳିଆ ଗ୍ରାମରେ ଏକ ଶାରୀରିକ ଏବଂ ମାନସିକ ଦିବ୍ୟାଙ୍ଗ ଭାଇଙ୍କୁ ଭେଟି ତାଙ୍କ ସହିତ ଖୁସି ବାଣ୍ଟିବା ସହ ଶୀତ ବସ୍ତ୍ର, ଶୁଖିଲା ଖାଦ୍ୟ ଏବଂ କିଛି ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା । ମେ ଆଇ ହେଲ୍ପ ୟୁ ମୋ ପରିବାର ସାମାଜିକ ସଂଗଠନ ଏବଂ ଏହାର କର୍ମ କର୍ତ୍ତାଙ୍କ ଏଭଳି ସାମାଜିକ ଦାୟିତ୍ୱବୋଧକୁ ବୁଦ୍ଧିଜୀବି ପ୍ରସଂଶା କରିବା ସହିତ ବହୁ ଯୁବ ବର୍ଗ ଏହି ଭଳି କାର୍ଯ୍ୟକ୍ରମରେ ସାମିଲ ହୋଇ ସମାଜ ପ୍ରତି ଭଲପାଇବା ଦେଖାଉଛନ୍ତି ।
Post a Comment