ବିପୁଳ ପରିମାଣରେ ନକଲି ମଦ ଜବତ

ରିପୋର୍ଟର : ପ୍ରଭାକର ମଲ୍ଲିକ

ବାଲେଶ୍ବର,(ଆଜତକ୍ ଓଡ଼ିଶା) ବ୍ରାଣ୍ଡ ଅସଲି ମଦ ନକଲି । ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣ ନକଲି ମଦ ତିଆରି ସାମଗ୍ରୀ ଜବତ । ସାମଗ୍ରୀ ସବୁ ପଶ୍ଚିମବଙ୍ଗ ରୁ ଓଡ଼ିଶା ଆସି ସିଂଲା ଥାନା ଅଞ୍ଚଳରେ ସାହାଡ଼ା ଗାଁ ରେ ପ୍ରସ୍ତୁତ କରା ଯାଉଥିଲା । ଖବର ପାଇ ଜିଲ୍ଲା ବିଭାଗର   ୨୦ ଜଣିଆ ଟିମ ଚଢ଼ାଉ କରିଥିଲା  । ଜବତ ବେଳେ ଲେବୁଲ,ଠିପି, ସ୍ପିରିଟ, ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅନ୍ୟପଟେ ଜବତ ଭୋଗରାଇ ଅଞ୍ଚଳ ରେ ୨୮୦ ଲିଟର ଚୋରା ଦେଶୀ ମଦ ଜବତ କରିଛି ଏହି ଟିମ । ଭୋଗରାଇ ରୁ ତିନି  ଜଣ ଗିରଫ କରିଥିବା ସୂଚନା ମିଳିଛି ।

Post a Comment

Previous Post Next Post