ଗ୍ରାମ ଦେବୀ ମା ପିତାବଳୀ ପିଠେ ପାରମ୍ପରିକ ଝଣ୍ଟା ନୁଆଁ ବା ନବାହ୍ନ ଉତ୍ସବ

 


ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା : (ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ରାମଗଡ ପଂଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମରେ ଗ୍ରାମ ଦେବୀ ମା ପିତାବଳୀ ପିଠେ ଆଜି ପାରମ୍ପରିକ ଝଣ୍ଟା (ଶିମ୍ବ )ନୁଆଁ ଦିଆଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ମା ପିତାବଳୀ ଙ୍କୁ ଗ୍ରାମର ମଙ୍ଗଳ ମାନସୀ ଏହି ପର୍ବ ପାଳିତ ହୋଇଛି। ଗ୍ରାମ ସଭାପତି ରାଘବ ବେହେରା, ସମ୍ପାଦକ ସୁରେନ୍ଦ୍ର ଦେହୁରୀ ଓ ଗ୍ରାମ୍ୟ କମିଟି ଙ୍କ ସହଯୋଗ କ୍ରମେ ପୂଜକ ବିଷ୍ଣୁ ଚରଣ ଦେହୁରୀ ଏବଂ ଗ୍ରାମର ସମସ୍ତେ ଶୁଦ୍ଧ ପୁତ ଚିତରେ ମା ପିତାବଳୀ ଙ୍କୁ ପୂଜାର୍ଚନା କରିଥିଲେ।

Post a Comment

Previous Post Next Post