ରିପୋର୍ଟର : ସୁଶାନ୍ତ କୁମାର ବେହେରା
ହରଭଙ୍ଗା:(ଆଜତକ୍ ଓଡ଼ିଶା) ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ର ବାଇଶିପଡ଼ା ଗ୍ରାମ ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଗତ କାଲି ହୋଇଯାଇଅଛି। ବାଇଶିପଡ଼ା, ତିଲିଚାପଦର, କୁଟୀଗାଡୁ,ଜାମ୍ବୁସାହି, ଆଦିପଦର ଗ୍ରାମବାସୀଙ୍କ ସହଯୋଗରେ ଏହି ମନ୍ଦିର ନୂତନ ଭାବେ ନିର୍ମାଣ ହେବା ସହ ଅଞ୍ଚଳବାସି ନିର୍ମାଣ ରେ ସହଯୋଗ କରିଥିଲେ। ଦୀର୍ଘ ଦିନରୁ ବାଇଶିପଡ଼ା ଗ୍ରାମରେ ଏକ ଅସ୍ଥାୟୀ ମଣ୍ଡପ ରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଦେବି ଙ୍କ ପୂଜା ହୋଇ ଆସୁଥିଲା।ବର୍ତମାନ ବାଇଶିପଡ଼ା ଅଂଚଳବାସୀ ନୂତନ ଭାବେ ମନ୍ଦିର ନିର୍ମାଣ କରିଥିଲେ। ଏହି ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଗତ କାଲି ନାମ, ଯଜ୍ଞ, ସଂକୀର୍ତନ, ହୋମ ଆଦି କାର୍ଯ୍ୟକ୍ରମ କରି ଅନୁଷ୍ଠିତ ହୋଇଅଛି , ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ଭକ୍ତ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ କରିଥିଲେ।କୋଭିଡ ର ସମସ୍ତ ନିୟମ କାନୁନ ପାଳନ କରି ଏହି ଏହି କାର୍ଯ୍ୟକ୍ରମ ହୋଇଥିବା ର ମନ୍ଦିର କମିଟି ସୂଚନା ଦେଇଛନ୍ତି।
Post a Comment