ବୌଦ୍ଧ ବ୍ଲକ ରେ ବ୍ଲକ ସ୍ତରୀୟ ମେଗା ଲୋନ ସମନ୍ୱୟ ମେଳା

 


ବୌଦ୍ଧ : (ଆଜତକ୍ ଓଡ଼ିଶା) ବୌଦ୍ଧ ବ୍ଲକ ରେ ଆଜି ବ୍ଲକ ସ୍ତରୀୟ ମେଗା ଲୋନ ସମନ୍ୱୟ ମେଳା ର ଆୟୋଜନ କରାଯାଇଛି. ମିଶନ ଶକ୍ତି ଜରିଆ ରେ ଏସ ଏଚ ଜି ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟ ରେ ଏହି ଲୋନ ମେଳା ର ଆୟୋଜନ କରା ଯାଇଛି. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ବୌଦ୍ଧ ଶ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ଉଦବୋଧନ ଦେଇଥିଲେ.ଏହି ମେଳା ରେ ୧୨୩ ଏସଏଚଜି ଙ୍କୁ ୨ କୋଟି ୮୬ ଲକ୍ଷ୍ୟ ଟଙ୍କା ଋଣ ପ୍ରଦାନ କରାଯାଇଛି।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ବିଡିଓ ବୌଦ୍ଧ ଦେବୀପ୍ରସାଦ ଦାଶ, ଏଲଡିଏମ ଶ୍ରୀ ରବୀନ୍ଦ୍ର ସେଠି, ଡିପିଏମ ଶ୍ରୀ ଫ୍ରାନସିସ ବାର୍ଲା, ଡିପିସି ଶ୍ରୀ ଦେବଦତ୍ତ ମିଶ୍ର ମଞ୍ଚ ରେ ଉପସ୍ଥିତ ଥିଲେ. ସିଡିପିଓ ବୌଦ୍ଧ ଶ୍ରୀମତୀ ମିନତୀ ଦେଓ ମଞ୍ଚ ପରିଚାଳନା କରିଥିଲେ.ଏହି ମେଳା ରେ ୩୧୨ ଏସଏଚଜି ମହିଳା ତଥା ମିଶନ ଶକ୍ତି ର ବ୍ଲକ ଓ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ.ବ୍ଲକ କର୍ମକର୍ତ୍ତା ସତ୍ୟପ୍ରିୟ ବଘର, ବିଜୟ କୁମାର ଭୋଇ ଓ ସସ୍ମିତା ବାଦୀ ସମନ୍ୱୟ ମେଳା ର ଆୟୋଜନ ରେ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇ ଥିଲେ।

Post a Comment

Previous Post Next Post