ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟରେ ୫ଟି କମିଟି ଗଠିତ।

ରିପୋର୍ଟର://  ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ

ବାଲେଶ୍ଵର,(ଆଜତକ୍ ଓଡ଼ିଶା)ବାଲିଆପାଳ ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ୫ ଟି ବିଦ୍ୟାଳୟରେ ସାମିଲ କରାଯାଇଛି।ଏନେଇ ଗତ ଶନିବାର ୫ଟି ସଚିବଙ୍କ ଭିଡିଓ କନଫାରେନସରେ ୫ଟି ସଚିବ ଭି କେ ପାଣ୍ଡିଆଙ୍କ ନିର୍ଦ୍ଦେଶ ମୁତାବକ ମଙ୍ଗଳବାର ବିଦ୍ୟାଳୟ ପରିସରରେ ଏକ ପରିଚାଳନା କମିଟି ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା।ବାଲିଆପାଳ ସରପଞ୍ଚ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ ସଦସ୍ୟା,ପୁରାତନ ଛାତ୍ର,ପ୍ରଧାନ ଶିକ୍ଷକ,ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ,ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।କମିଟିରେ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ସଦସ୍ୟ ଚୟନ କରାଯାଇଥିଲା।ଏହି କମିଟିରେ ବାଲିଆପାଳ ସରପଞ୍ଚ ମଧୁସୂଦନ ବାରିକ,ବିଡ଼ିଓ ଲଳିତ ସୋରେଙ୍ଗ,ବ୍ଲକ ଶିକ୍ଷାଅଧିକାରୀ ସୁଧାଂଶୁ ଶେଖର ଜେନା,ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଜେନା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ  କୁମାର ରଣା,ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର କୁମାର ବେହେରା, ଆଲୋମିନି କମିଟି ସଭାପତି ଅଜୟ କୁମାର ସାହୁ,ଛାତ୍ର ପ୍ରତିନିଧି ଜୟପ୍ରକାଶ ସାହୁ ଓ ଛାତ୍ରୀଙ୍କ ପକ୍ଷରୁ ପ୍ରିୟଙ୍କା ପ୍ରିୟସ୍ମିତା ରଣାଙ୍କୁ ନେଇ କମିଟି ଗଠିତ ହୋଇଛି।


୫ଟି ଅଧିନରେ ସାମିଲ ପରେ ବିଦ୍ୟାଳୟକୁ ୪୫ ଲକ୍ଷ ଟଙ୍କା ଆସିବ।ଏହି ଟଙ୍କାରେ ସ୍ମାର୍ଟ କ୍ଳାସ ରୁମ,ଇ ଲାଇବ୍ରେରୀ, ସ୍ମାର୍ଟ ବିଜ୍ଞାନ ଲେବରେଟୋରି,ପାନୀୟ ଜଳ ଯୋଗାଣ ବ୍ୟବସ୍ଥା,ଖେଳପଡ଼ିଆ ସହିତ ବିଦ୍ୟାଳୟ  ସୌନ୍ଦର୍ଯ୍ୟତା ଆଦି ଯୋଜନା ଅନ୍ତର୍ଭୁକ୍ତ ରହିଛି।ବୈଠକରେ ବିଦ୍ୟାଳୟ କୁ ୫ଟିରେ ସାମିଲ କରାଯାଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଦିଆଯାଇଥିଲା।

Post a Comment

Previous Post Next Post