ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ
ବାଲେଶ୍ବର,(ଆଜତକ୍ ଓଡ଼ିଶା) ଅମର୍ଦ୍ଦାରୋଡ଼ ଫାଣ୍ଡି ଅନ୍ତର୍ଗତ ଏକ ବେଆଇନ କାଠ ବୋଝେଇ ପିକଅପକୁ ଜବତ୍ କରିବା ପରେ ଉକ୍ତ ପିକଅପଟିକୁ ଛାଡିଦେବା ଘଟଣା ଅମର୍ଦ୍ଦାରୋଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି।ସୂଚନା ଥାଉକି ଯେ, ଗତ ୪ତାରିଖ ଶନିବାର ସକାଳ ସମୟରେ ଓଆର-୦୧ଏମ-୪୯୯୧ ଏକ କାଠ ବୋଝେଇ ପିକଅପ ବସ୍ତା ପଟୁ ଅମର୍ଦ୍ଦାରୋଡ଼ ଆଡକୁ ଆସୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥର ସ୍ଲିପ ରୋଡରେ ଓଲଟି ପଡିଥିଲା।ଖବର ପାଇଁ ଅମର୍ଦ୍ଦାରୋଡ଼ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ସହ କାଠକୁ ଜବତ କରି ଫାଣ୍ଡିକୁ ଆଣି କାଠକୁ ଅନଲୋଡ କରି ପିକଅପକୁ ଛାଡି ଦେବା ଘଟଣା ପୋଲସର କାର୍ଯ୍ୟକଳାପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗାଡି ଛାଡିବା ପରେ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ପାଣି ଜବତ ହୋଇଥିବା କାଠ ଘଟଣା ଫୋନ ଯୋଗେ ବନ ବିଭାଗକୁ ଅବଗତ କରାଇଥିଲେ।ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାର ତଦନ୍ତ କରିବାକୁ ଆସିଥିଲେ।ମାତ୍ର ଫାଣ୍ଡିରେ କାଠ ଜବତ କରିଥିବା ଦେଖିବାକୁ ପାଇଥିଲେ କିନ୍ତୁ କାଠ ବୋଝେଇ ହୋଇଥିବା ପିକଅପଟିକୁ ଛାଡି ଦେଇଥିବା ଜାଣିବାକୁ ପାଇଥିଲେ।ପରେ ବନ ବିଭାଗ ସନ୍ଧ୍ୟା ସୁଦ୍ଧା ଗାଡିକୁ ହସ୍ତାନ୍ତର ନକଲେ ଆମେ କାଠକୁ ଜବତ କରିବୁ ନାହିଁ ବୋଲି କହିଥିଲେ।
ତେବେ ବନ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ୪ଦିନ ପରେ ଜବତ କରି ଫାଣ୍ଡିକୁ ଆଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ।ଖବର ପାଇ ମଧ୍ୟାହ୍ନ ପ୍ରାୟ ୧୨:୩୦ ସମୟରେ ବାଲେଶ୍ବର ବନବିଭାଗ ଫରେଷ୍ଟର ଇତିଶ୍ରୀ ମହାପାତ୍ର,ଚାନ୍ଦିପୁର ଫରେଷ୍ଟର୍ ମିନାରାଣୀ ବେହେରା,ତାଳପଦା ଫରେଷ୍ଟର ପ୍ରହ୍ଲାଦ ନାୟକ ସଦଳବଳେ ଅମର୍ଦ୍ଦାରୋଡ ଫାଣ୍ଡିରେ ପହଞ୍ଚି କାଠ ସହ ପିକଅପକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।
Post a Comment