ବାଲିକୁଟି ଜନସେବା କେନ୍ଦ୍ର ତରଫରୁ ମାଗଣା ଉଜ୍ବଳା ଗ୍ୟାସ ବିତରଣ


ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ 

ବାଲେଶ୍ଵର,(ଆଜତକ୍ ଓଡ଼ିଶା) କେନ୍ଦ୍ର ସରକାରଙ୍କ ଉଜ୍ବଳା ଯୋଜନା ଅଧୀନରେ ରାସନ କାର୍ଡ ଥିବା ପ୍ରତ୍ୟେକ ପରିବାର ପିଛା ଜଣେ ମହିଳାଙ୍କୁ  ନୂତନ ଗ୍ୟାସ ସଂଯୋଗ ପ୍ରଦାନ କରାଯାଉଛି  ଏହି ଯୋଜନାକୁ ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିକୁଟି ଗ୍ରାମ ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ର ତରଫରୁ ସ୍ଥାନୀୟ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରି ସ୍ଥାନୀୟ ଲୋକଙ୍କ ଠାରୁ ସମସ୍ତ ଆବଶ୍ୟକ କାଗଜ ପତ୍ର ନେଇ ରାଧା ଦାମୋଦର ଇଣ୍ଡେନ ଗ୍ରାମୀଣ ବିତରକ, କରଞ୍ଜ ଅଫିସ ସହିତ ଯୋଗାଯୋଗ କରି ତିରିଶି ରୁ ଉର୍ଦ୍ଧ ହିତାଧିକାରୀକୁ ଚୟନ କରି ଗ୍ୟାସ ପାଇଁ ନାମ ପଞ୍ଜିକରଣ କରାଯାଇଥିଲା । ଆଜି ବାଲିକୁଟି ଜନସେବା କେନ୍ଦ୍ରର ପରିଚାଳକ ରାଜକିଶୋର ପାତ୍ରଙ୍କ ତତ୍ୱ।ବଧାନରେ କୋଭିଡ ନିୟମ ପାଳନ ଅନୁସାରେ ପର୍ଯ୍ୟାୟ କ୍ରମେ ତିରିଶି ରୁ ଉର୍ଦ୍ଧ ଉଜ୍ବଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ, ଚୁଲା, ରେଗୁଲେଟର, ପାଇପ ଆଦି ସାମଗ୍ରୀ ବଣ୍ଟନ କରାଯାଇଥିଲା । ବାଲିକୁଟି ଜନସେବା କେନ୍ଦ୍ରର ଏହି ସମାଜ କଲ୍ୟାଣ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ପ୍ରସଂଶା କରିବା ସହିତ ଏହି ସେବା କେନ୍ଦ୍ର ମାଧ୍ୟମରେ କିପରି ସ୍ଥାନୀୟ ଲୋକ ଆହୁରି ଅଧିକ ସରକାରୀ ସେବା ପାଇପାରିବେ ପ୍ରଶାସନ ନିକଟରେ ଗଣ ମାଧ୍ୟମ ଦ୍ୱାରା ମତ ପ୍ରକାଶ କରିଛନ୍ତି ।

  

Post a Comment

Previous Post Next Post