ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ
ବାଲେଶ୍ୱର,(ଆଜତକ୍ ଓଡ଼ିଶା) ଆଜି ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନର ଏକ ଶାଖା ବାଲିଆପାଳ ବ୍ଲକର ଲଙ୍ଗଳେଶ୍ୱର ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିଲା । ଆଗକୁ ବାଲିଆପାଳରେ ସାମାଜିକ ବିକାଶ ଏବଂ ଗରିବ ଅସହାୟ ଲୋକଙ୍କୁ କିପରି ସରକାରୀ ସାହାଯ୍ୟ ପହଞ୍ଚାଇ ହେବ, ନିଶାନିବାରଣ, ସ୍ୱଚ୍ଛତା, ପାନୀୟ ଜଳ ବଞ୍ଚାଇବା, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଚିକିତ୍ସା, ଜରୁରୀ କାଳୀନ ସାହାଯ୍ୟ କିପରି ଲୋକେ ପାଇ ପାରିବେ ତାହା ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଡିଏ ଜଣ ନୂଆ ସଦସ୍ୟ ନିଜର ସଦସ୍ୟତା ଗ୍ରହଣ କରିଥିଲେ । କାଯ୍ୟକ୍ରମ ଶେଷ ହେଲା ପରେ ସୁବାସିନୀ ମଲ୍ଲିକ ନାମକ ଜଣେ ଅଶି ବର୍ଷର ବୃଦ୍ଧା ମହିଳାଙ୍କୁ କିଛି ଖାଦ୍ୟ, ଔଷଧ ପାଇଁ କିଛି ଆର୍ଥିକ ସାହାଯ୍ୟ ସହିତ ଇଲେକ୍ଟ୍ରି ବ୍ୟବସ୍ଥା କରାଇ ଆଲୋକ ଲଗାଇବାର ସାହାଯ୍ୟ ସଂଗଠନ କରିଥିଲେ ।
ସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁ ମୋ ପରିବାର ର ବାଲିଆପାଳ ଶାଖାକୁ ସାଧାରଣରେ ସ୍ବାଗତ କରା ଯିବ ସହ ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ମହଲରେ ପ୍ରସଂଶା କରା ଯାଇଛି।
Post a Comment