ଝାକରି ଜମି ବିକ୍ରି ପ୍ରତିବାଦ ରେ ବିର୍ସାମୁଣ୍ଡାଆଦିବାସୀ ଯୁବକ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ


କଂଟାବାଞ୍ଜି(ଆଜତକ୍ ଓଡ଼ିଶା) :ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ପକ୍ଷରୁ କଂଟାବାଞ୍ଜି ଅତିରିକ୍ତ ତହସିଲଦାରଙ୍କୁ କଂଟାବାଞ୍ଜି ଅଂଚଳରେ ଝାକରି/ଦେବତ୍ତର ଜମି ବିକ୍ରି ହେଉଥିବା ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ସଭାପତି କିଶୋର ଶବରଙ୍କ ନେତୃତ୍ୟରେ ସଂଘ ସଦସ୍ୟ ମାନେ ତହସିଲ ଅଫିସ ପହଂଚି ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆଙ୍କୁ ସାକ୍ଷାତ କରି ଏହି ମାମଲା ଉପରେ ଦୃଷ୍ଟି ଦେବା ସହ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଝାଙ୍କରି ଜମି ଆଦିବାସୀ ମାନେ ତାଙ୍କ ପୁର୍ବ ପୁରୁଷ ଅମଲରୁ ଚାଷ ପାଇଁ ବ୍ୟବହାର କରୁଥିବା ବେଳେ ବର୍ତମାନ ସମୟରେ କିଛି ଜମି ମାଫିଆ ଟଂକା ଲୋଭ ଦେଖାଇ ମୁଲ୍ୟବାନ ଜମିକୁ ହାତେଇବାକୁ ଚେଷ୍ଟା କରି କ୍ରୟ କରୁଛନ୍ତି । ତେବେ ଯଦି ଏକ ମାସ ଭିତରେ ପ୍ରଶାସନ କୌଣସି ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ସଂଘ ପକ୍ଷରୁ ତହସିଲ ଅଫିସ ଘେରାଓ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ତେବେ ଦାବିପତ୍ର ଦେବା ସମୟରେ ସଂଘ ସଂପାଦକ ମିନିକେତନ ଭୋଇ, ସଦସ୍ୟ କମଲ କିଶୋର ଶବର, ଲକ୍ଷ୍ମଣ ଶବର, ପୂର୍ଣ୍ଣ ଭୋଇ, ବିକିକେଶନ ମାଝି, ଜୟଗୋପଲ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।



Post a Comment

Previous Post Next Post