ସାକୁସିଙ୍ଗା ମକର ମେଳା ଓ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ


ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା : (ଆଜତକ୍ ଓଡ଼ିଶା) ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ଅନ୍ତର୍ଗତ ସାକୁସିଙ୍ଗା କାଶିବିଶ୍ୱନାଥ ମନ୍ଦିର ରେ ମକର ସଂକ୍ରାନ୍ତି ମେଳା ଓ ଯଜ୍ଞ ପାଇଁ କମିଟିର ସଭାପତି ବାବୁଲା ପଣ୍ଡା ଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସାକୁସିଙ୍ଗା, ଖରାଶୁଙ୍କୁଲେଇ, ତେନ୍ତୁଳି୍ପଦର, ପରମାନନ୍ଦପୁର, ଦୁର୍ଗାପୂର, ପଇସାବୁଟୁନି, ଧଳପୁର, ପ୍ରଭୃତି ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ ସର୍ବ ସନମତିକ୍ରମେ ତିନିଦିନ ଧରି ବିଶ୍ଵଶାନ୍ତି ମହାଯଂଜ୍ଞ ପାଳନ କରାଯିବ । ଏହି ବର୍ଷ କୁ ମିଶାଇ ୧୪ବର୍ଷ ଧରିଚାଲୁଥିବା ଯଜ୍ଞ ଅବସରରେ ୧୦୮କଳସ ସ୍ଥାପନ, ଭାଗବତ ବଣ୍ଟନ, ସାଧୁମେଳା, ବୃକ୍ଷ ରୋପଣ, ରୋଗୀସେବା, ନାମ ଯଜ୍ଞ, ଅଷ୍ଟ ପ୍ରହାର,ଗୋ ପୂଜା, ରାଷ୍ଟ୍ର ରକ୍ଷା ପାଇଁ ପ୍ରାର୍ଥନା, ଓ ଭାରତ ମାତାର ପୂଜା ଅର୍ଚନା କରାଯିବାର ନିଷ୍ପତି ନିଆଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଯଜ୍ଞ ର ପ୍ରତିଷ୍ଠାତା ଜଗନ୍ନାଥ ଦଳର ମାର୍ଗ ଦର୍ଶକ ତଥା ସର୍ବ ଭାରତୀୟ ସାଧୁ ସମ୍ମିଳନୀ ର ସଂଗଠକ ସଭାପତି ମୁଖ୍ୟ ଅତିଥି, ଖଣ୍ଡ ଗିରି ବଳକି ମଠର ମହନ୍ତ କୃଷ୍ଣ ମହାରାଜ ମୁଖ୍ୟ ବକ୍ତା, ଭାବେ ଯୋଗ ଦେଇ ନିଜ ନିଜ ର ମତ ରଖିଥିଲେ!କମିଟିର ସମ୍ପାଦକ ଲଡ଼ୁକିଶ୍ୱର ଡାଙ୍ଗ, କୋଷାଧକ୍ଷ ଜ୍ଞାନ ସାହୁ, ଉପଦେଷ୍ଟା କମିଟି ର ଧ୍ରୁବ ଚରଣ ପାତ୍ର, ଧୋବେଇ ବାବା, ଶିଶିର ଭୋକ୍ତା, ପ୍ରମୋଦ ଗାଈଗୌରିଆ, ଅରୁଣ ବାରିକ, ରଂଜିତ ମହାକୁଡ଼, ଆଦି ସଭା ପରିଚାଳନା କରିଥିଲେ!ଶେଷରେ ଧଳପୁର ସରପଞ୍ଚ ପ୍ରଣୟ ବାରିକ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପନ କରିଥିଲେ।

Post a Comment

Previous Post Next Post