ବୌଦ୍ଧ :(ଆଜତକ୍ ଓଡ଼ିଶା). ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବାଉଁଶୁଣି ବଉଦିଆପଡ଼ା ଗ୍ରାମର ଯୁବ ବ୍ୟବସାୟୀ ଗୁଣନିଧି ମେହେର ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବାଉଁଶୁଣି ଅଞ୍ଚଳର ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରିବା ସହିତ ମିଠା ବଣ୍ଟନ କରିଛନ୍ତି । ମାର୍ଗଶିର ମାସ ଶେଷ ଗୁରୁବାର ସଂକ୍ରାନ୍ତି ଦିନ ଜନ୍ମଗ୍ରହଣ କରିଥିଲେ ଗୁଣନିଧି । ଆଜି ଠିକ୍ ସେହି ଦିନ ପଡ଼ିଥିବାରୁ ଅଞ୍ଚଳର ୨୬ ଜଣ ବୃଦ୍ଧବୃଦ୍ଧା ମାନଙ୍କୁ ଘରକୁ ଆମନ୍ତ୍ରଣ କରି କରିଥିଲେ ଏବଂ ଅତ୍ୟନ୍ତ ଅସହାୟ ୧୪ ଜଣଙ୍କ ଘରକୁ ଯାଇ କମ୍ବଳ ବଣ୍ଟନ କରିଥିଲେ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଏହି କମ୍ବଳ ପାଇବା ପରେ ବୃଦ୍ଧବୃଦ୍ଧା ମାନେ ଗୁଣନିଧିଙ୍କୁ ମଙ୍ଗଳକାମନା କରିଥିଲେ ।
https://youtu.be/COBZ50-SFWU |
Post a Comment