ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ
ବାଲେଶ୍ୱର,(ଆଜତକ୍ ଓଡ଼ିଶା)ବାଲିଆପାଳ ବ୍ଲକ ଲଙ୍ଗଳେଶ୍ବର ଠାରେ ଲଙ୍ଗଳେଶ୍ବର ପ୍ରୀମିୟର ଲିଗ୍ ର ଆଜି ତୃତୀୟ ଦିନର କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଇଥିଲା ।ଆଜିର ମ୍ୟାଚ ଦିବ୍ୟ ଜ୍ୟୋତି ରାଇଜିଙ୍ଗ ଷ୍ଟାର ସହିତ ୟୁନିକ ପାୱାର ହିଟର ମଧ୍ୟରେ ମୁକାବିଲା ହୋଇଥିଲା ।ଦିବ୍ୟ ଜ୍ୟୋତି ରାଇଜିଙ୍ଗ ଷ୍ଟାର ଟସ ଜିତି ଫିଲ୍ଡିଂ କରି ଥିଲା ବେଳେ ୟୁନିକ ପାୱାର ହିଟର ୧୫ ଓଭରରେ ଆଠ ଓ୍ବିକେଟ ହରାଇ ୧୬୦ ରନ୍ କରିବାରେ ସକ୍ଷମ ହୋଇଥିବା ବେଳେ ସରୋଜ ପଢିଆରୀ ୨୪ବଲ ଖେଳି ୪୫ରନ ଓ ତରୁଣ ଗିରି୨୮ ବଲ ଖେଳି ୪୬ରନ କରିଥିଲେ।
ଜିତିବା ପାଇଁ ୧୬୧ରନ ର ପିଛା କରି ଦିବ୍ୟଜ୍ୟୋତି ରାଇଜିଙ୍ଗ ଷ୍ଟାର ୧୫ଓଭର ରେ ୯ ୱିକେଟ ହରାଇ ୧୩୨ରନ କରି ଥିଲେ । ଶୋଭମ ଜେନା ୩୩ବଲ ରେ ୪୫ ଓ ରଞ୍ଜନ ଜେନା ୧୯ବଲ ରେ ୨୧ରନ କରିଥିଲେ ।ୟୁନିକ ପାୱାର ହିଟର ୨୮ରନ ରେ ମେଚଟିକୁ ଜିତି ନେଇଥିଲେ । ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ହେମନ୍ତ ମଲ୍ଲିକ ଓ ରାଜୀବ ନାୟକ ।ସ୍କୁରର୍ ସୁଭ୍ରଂଶୁ ସାହୁ ଓ ରଞ୍ଜନ ରାଉଳ ଥିବାବେଳେ କମେନ୍ଟେଟର୍ ରାଜୁ ଦେ କାର୍ଯ୍ୟ କରିଥିଲେ।
Post a Comment