ରିପୋର୍ଟର : ସୁଶାନ୍ତ କୁମାର ବେହେରା
ବୌଦ୍ଧ : (ଆଜତକ୍ ଓଡ଼ିଶା) ସ୍ବାଧିନତାର ୭୬ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ସରକାରଙ୍କ ମାଳ ମାଳ ଯୋଜନା ରାଜସ୍ବରଥ ଘରକୁ ଘର ବୁଲୁଥିବା ଜିଲ୍ଲା ପ୍ରସାଶନ କହୁଥିବାବେଳେ ଏଜିଲ୍ଲାର ଜନତା ମୁଣ୍ଡଗୁଞ୍ଜିବା ପାଇଁ ୦୪ଡିସିମିଲ ଘରଡିହ ପଟ୍ଟା ନପାଇବା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ । ଏଥିପାଇଁ ବାରମ୍ବାର ଏ ଦୁଆରୁ ସେ ଦୁଆର ଦୌଡି ଦୌଡି ନିରାସ ହେଉଛନ୍ତି । ବାରମ୍ବାର ଆରଆଇ ମହୋଦୟଙ୍କ ପାଖରେ ଆବେଦନ କଲେସୁଦ୍ଧା ନ୍ୟାୟ ପାଇପାରୁନାହାନ୍ତି । ବିଶେଷକରି ବୌଦ୍ଧ ତହସିଲ ଅନ୍ତର୍ଗତ ବଘିଆପଡା,ଟିକରପଡା, ଆମ୍ବଝରୀ ପ୍ରଭୃତି ପଞ୍ଚାୟତ ଗୁଡିକରେ ଏ ସମସ୍ୟା ତୀବ୍ର । ଏଥିପାଈଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡିଏ ମଧ୍ୟ ପାଇପାରୁନାହନ୍ତି ।
ଘର ପାଇ ମଧ୍ୟ ଫାଇନାଲ ବିଲ ପାଇପାରୁନାହୁଁ ଅନେକ କ୍ଷେତ୍ରରେ ।ଜାତି ସାର୍ଟିଫିକେଟ ଆୟ ପ୍ରମାଣପତ୍ର ପ୍ରଭୃତି ପାଇବା କ୍ଷେତ୍ରରେ ନାନା ଅନ୍ତରାୟ ସୃଷ୍ଟି ହେଉଛି ଏପରିକି ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ।ଏ ସମସ୍ତ ଦାବୀ ନେଇ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ବଘିଆପଡା ଜୋନ କମିଟି ପକ୍ଷରୁ ବୌଦ୍ଧ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋନ ସମ୍ପାଦକ ହିରଣ୍ୟ ଦିପ ଙ୍କ ନେତୃତ୍ବରେ ଏକଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୀପ ମହାକୁଡ ୦୯ନଂଜୋନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁପ୍ରମୁଖ ଯୋଗଦେଇ ତୁରନ୍ତ ବଘିଆପଡା ଟିକରପଡା ଆମ୍ବଝରୀ ପ୍ରମୁଖ ଅଞ୍ଚଳ ସର୍ଭେକରି ଅଞ୍ଚଳର ଭୂମିହୀନ ଜନତାଙ୍କୁ ୦୪ଡେସିମିଲି ଘରଡିହ ପଟ୍ଟା ପ୍ରଦାନ ସହ ଦଖଲ ଜମିର ପଟ୍ଟା ପ୍ରଦାନ ନିମିତ୍ତ ଦାବୀ କରିବାସହ ତହସିଲଦାରଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏବଂ ତହସିଲଦାର ଉକ୍ତ ଅଞ୍ଚଳରେ ସର୍ଭେକାର୍ଯ୍ୟ କରି ଦଖଲ ଜମିର ପଟ୍ଟା ପ୍ରଦାନ କରିବାକୁ ପ୍ରତିଶୁତି ଦେଇଥିଲେ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ମଲିକ ,ଲକ୍ଷ୍ମୀବେହେରା , ଅନୀତା ବେହେରା , ଦ୍ରୋପଦୀ ସୁନା , ସସ୍ମୀତା କହଁର ,ପ୍ରମିଳା ମଲିକ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ କର୍ମୀ ଯୋଗଦେଇଥିଲେ ।
Post a Comment