ରିପୋର୍ଟର : ସୁଶାନ୍ତ କୁମାର ବେହେରା
ହରଭଙ୍ଗା,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ରେ ଆଜି ସକାଳ ୯.୩୦ ରେ JMFC କୋର୍ଟ ର ନୂତନ କୋଠାର ଶୁଭ ଉଦ୍ଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଟି ଭରଚୁଆଲ ଭିଡ଼ିଓ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟଅତିଥି ଭାବେ ହାଇକୋର୍ଟ ର ଚିଫ ଜର୍ସଟିସ ଏସ ମୁରଲୀଧର , ହାଇକୋର୍ଟ ବିଚାରପତି ସାବିତ୍ରୀ ରଥ, ବି. ଆର ଷଡଙ୍ଗୀ ପ୍ରମୁଖ ଉପସ୍ଥିତି ରହି ଭରଚୁଆଲ ମାଧ୍ୟମରେ ନୂତନ କୋଠା ର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ବୌଦ୍ଧ ଜିଲ୍ଲା ଜର୍ଜ ପ୍ରତିମା ପଣ୍ଡା, ହରଭଙ୍ଗା JMFC ବିଚାରପତି ସମ୍ୟା ରାଓ, ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକାରୀ , ବୌଦ୍ଧ ଓକିଲ ସଂଘ ସଭାପତି ତାରିଣୀ ମହାପାତ୍ର ,ତଥା ବୌଦ୍ଧ ଜୁଡ଼ିସିଆଲ ର ଅନନ୍ୟ ଅଧିକାରୀ, ଙ୍କ ସମେତ ହରଭଙ୍ଗା ବାର ଆସୋସିଏସନ ଅକ୍ଷୟ ସାହୁ, ଉପସଭାପତି ରବି ଚନ୍ଦ୍ର ପ୍ରଧାନ, ସମ୍ପାଦକ ରଞ୍ଜିତ ପ୍ରଧାନ, କୋଷଧକ୍ଷ ଦିଲୀପ ପଲ୍ଲୀ ଆ , ବରିଷ୍ଠ ଓକିଲ ତଥା ହରଭଙ୍ଗା ବ୍ଲକ ଚେଆରମେନ ବିଶ୍ୱଜିତ ମିଶ୍ର ଙ୍କ ସମେତ ହରଭଙ୍ଗାବାର ଆସୋସିଏସନ ର ଅନନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
Post a Comment