ବୌଦ୍ଧ ଜିଲ୍ଲା ବିଜେଡି ୯ନମ୍ବର ଜୋନ ଜିଲ୍ଲା ପରିଷଦ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଟିତ

ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା)ହରଭଙ୍ଗା ବ୍ଳକ ଛତ୍ରଙ୍ଗ ଠାରେ ୯ନମ୍ବର ଜୋନ ଜିଲ୍ଲା ପରିଷଦ ସ୍ତରୀୟ ବିଜେଡି କର୍ମୀ ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୁ ଯୁବ ଜନତା ଦଳ ସଦ୍ଭାପତି ମୃତ୍ୟୁଞ୍ଜୟ ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ l ବିଭିନ୍ନ ଆଲୋଚନାରେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ଉପସଦ୍ଭାପତି ପ୍ରଦୀପ ସାହୁ, ବସନ୍ତ ସ୍ୱାଇଁ,ପ୍ରମୁଖ ଭାଗ ନେଇଥିବା ବେଳେ । ଏଥିରେ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ସ୍ୱଭାଗ୍ୟ ରଞ୍ଜନ ନାଏକ ଯୋଗଦେଇ ଥିଲେ l ଏହି ବୈଠକ ରେ ୯ ନଂଜୋନର ୭ଟି ପଂଚାୟତ ର ବିଜୁ ଜନତା ଦଳ ର କର୍ମୀ ମାନେ ଯୋଗ ଦେଇ ଆଗାମୀ ପଂଚାୟତ ନିର୍ବାଚନ ପାଈଁ ଶପଥ ପାଠ କରିଥିଲେ ।

Post a Comment

Previous Post Next Post