ରିପୋର୍ଟର // ସୁଶାନ୍ତ କୁମାର ବେହେରା
ହରଭଙ୍ଗା,(ଆଜତକ୍ ଓଡ଼ିଶା) ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡରେ ସାମିଲ ଥିବା ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଉପରେ କୈlଣସି ପଦକ୍ଷେପ ନ ନେବା, CBI ତଦନ୍ତ ନକରିବା ଓ ମମିତା ମେହେର ର ପରିବାରକୁ ନ୍ୟାୟ ନମିଳିବା ର ପ୍ରସଙ୍ଗ କୁ ନେଇ ଆଜି ଭାରତୀୟ ଜନତା ପାର୍ଟି ହରଭଙ୍ଗା ବ୍ଲକ ତରଫରୁ ଏକ ବିଶାଳ ଶୋଭାଯାତ୍ରା ରେ ବରିଷ୍ଠ ନେତା ରବି ନାରାୟଣ ପ୍ରଧାନ ଙ୍କ ନେତୃତ୍ୱ ରେ ପୁରୁଣା କଟକ ଥାନା ସଂମୁଖ ରେ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଙ୍କ କୁଶପୁତ୍ତଳି ଦାହ କରିଥିଲେ!ବ୍ଲକ ର ସମସ୍ତ ବିଜେପି କର୍ମ କର୍ତ୍ତା ସହିତ ପୁରୁଣା କଟକ ବିଜେପି ମଣ୍ଡଳ ସଭାପତି ବାମନ ବାରିକ, ପୂର୍ଣ୍ଣ ଚନ୍ଦ୍ର ଗାଈଗୌରିଆ, OBC ରାଜ୍ୟ ସଂଯୋଜକ ସୁବାଷ ପ୍ରଧାନ, ସୁବ୍ରତ ପ୍ରଧାନ, ସୁଶାନ୍ତ ବେହେରା, ବୃନ୍ଦାବନ ଦନ୍ତା, ସୁଦାମ ମେଣ୍ଡୁଳି, କୈବଲ୍ୟ ନାଏକ, ଶେଷ ଛନ୍ଦ, ଶମ୍ଭୁ ପାତ୍ର, ସବିତା ନାନୀ, ବୃନ୍ଦାବନ ଦନ୍ତା, ପ୍ରବୀର, ସନ୍ତୁ, କାର୍ତିକ, ମାଧବ,ଇତ୍ୟାଦି ବହୁ ସଂଖ୍ୟକ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ!ଏହି କୁଶପୁତ୍ତଳିକା ଦାହ ଜିଲ୍ଲା ର ତିନୋଟିଯାକ ବ୍ଲକ ରେ କରାଯାଇଥିବାର ସୂଚନା ମିଳିଛି!ଯେ ପର୍ଯ୍ୟନ୍ତ ମମିତା ହତ୍ୟା ର CBI ତଦନ୍ତ ହୋଇନଥିବ ଓଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ମନ୍ତ୍ରି ପଦରୁ ବହିଷ୍କାର କରାନଯିବା ସେତେ ଦୀନ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଏଭଳି ଆନ୍ଦୋଳନ ଚାଲୁ ରଖିବ ବୋଲି ସଭାପତି ବାମନ ବାରିକ ମତ ବ୍ୟକ୍ତ ରଖିଛନ୍ତି।
Post a Comment