ରିପୋର୍ଟର // ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର
ବୌଦ୍ଧ,(ଆଜତକ୍ ଓଡ଼ିଶା)ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ମହୋଦୟ ତଥା ମାଜିଷ୍ଟେଟ ଶ୍ରୀ ଯୁକ୍ତ ଲଲାଟେନ୍ଦୁ ମିଶ୍ର, ପିଡି ଡିଆରଡିଏ ଅଶ୍ଵିନୀ ମେହେର, ବିଡ଼ିଓ କଳାକୃଷ୍ଣ ପ୍ରଧାନ ଦ୍ୱିତୀୟ ପର୍ଯ୍ୟାୟ ସ୍କୁଲ ପରିଦର୍ଶନ ରେ ଆସିଥିଲେ। ପ୍ରଥମେ ଜିଲ୍ଲାପାଳ ମହୋଦୟ କଣ୍ଟାମାଳ ବ୍ଲକର ଆମ୍ବଗାଁ, ରିଙ୍ଗାପଡା, ଖୁଣ୍ଟିଗୋରା, ନୂଆଁପାଲି, ବରଗାଁ, ଅଇଁଲାଚୁଆଁ, ଲମ୍ବସରି, କଣ୍ଟାମାଳ, ପଲସାଗୋରା, ଗାବଯୋର, ଖଟଖଟିଆ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶେଷରେ ଜନତା ଉଚ୍ଚବିଦ୍ୟାଳୟ ବିଲାସପୁରରେ ପହଞ୍ଚି ଦ୍ୱିତୀୟ ପର୍ଯ୍ୟାୟ 5T ବିଦ୍ୟାଳୟ ର ରୂପାନ୍ତରିତ ହେବାକୁଥିବା କାର୍ଯ୍ୟ ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚଣ୍ଡୀ ପ୍ରସାଦ ବେହେରା, ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ। ବିଦ୍ୟାଳୟକୁ ଉନ୍ନତ ମାନର କରିବା ପାଇଁ ବିଜ୍ଞାନ ଗାର, ପାଠାଗାର ଏବଂ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଉପସ୍ଥିତ ସମସ୍ତ ସଭ୍ୟ ଜିଲ୍ଲାପାଳ ମହୋଦୟଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
Post a Comment