ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ଅଷ୍ଟମ ସ୍ବନକ୍ଷତ୍ର ମହୋତ୍ସବ ଓ ନୂଆଁଖାଇ ଭେଟଘାଟ୍ ଉତ୍ସବ ଅନୁଷ୍ଠିତ


ବରଗଡ,(ଆଜତକ୍ ଓଡ଼ିଶା) ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ଅଷ୍ଟମ ସ୍ବନକ୍ଷତ୍ର ମହୋତ୍ସବ ଓ ନୂଆଁଖାଇ ଭେଟଘାଟ ଉତ୍ସବ ବରଗଡ ସହରର ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉପସଭାପତି ଆଶୁତୋଷ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ  ମୂଖ୍ୟ ଅତିଥି ଭାବେ ମାନ୍ୟବର ଗାମ୍ୟ ଉନ୍ନୟନ ତଥା ଶ୍ରମ ଓ ଇ.ଏସ୍.ଆଇ. ମନ୍ତ୍ରୀ ସୁଶାନ୍ତ ସିଂ, ମୂଖ୍ୟବକ୍ତା ଭାବରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ସୁଜ୍ଞାନ ଚୌଧୁରୀ, ସମ୍ମାନୀତ ଅତିଥି ଭାବରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ତଥା ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ,  ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ କିରଣ କୁମାର ମିଶ୍ର ଏବଂ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ପଶ୍ଚିମ ଓଡିଶା ସମ୍ପାଦକ ଏମ୍.ଡି.ନିଜାମୁଦ୍ଧିନ୍ ଯୋଗଦେଇଥିଲେ ଏବଂ ତତ୍ସସଙ୍ଗେ ବରଗଡ ଜିଲ୍ଲା ଶାଖା ସଭାପତି ତ୍ରିବିକ୍ରମ ତ୍ରିପାଠୀ, ସମ୍ପାଦକ ପରମାନନ୍ଦ ମିଶ୍ର, ସାସ୍କୃତିକ ସମ୍ପାଦକ କିଶନଲାଲ ଅଗ୍ରଓ୍ବାଲ ମଞ୍ଚାସୀନ ଥିଲେ।

 


ସଂଘର କର୍ମକର୍ତ୍ତାମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସଂଘର ରାଜ୍ୟ ଉପସଭାପତି ଆଶୁତୋଷ ରଥ ସଭା ପରିଚାଳନା କରିଥିବା ବେଲେ କାର୍ଯ୍ୟକ୍ରମରେ ସଂସଦୀୟ ଗଣତନ୍ତ୍ର ଓ ପ୍ରେସ୍ ସ୍ବାଧିନତା ବିଷୟରେ ଆଲୋଚନା କରାଯାଇଥିଲା। ସମାଜରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ.ସୁସ୍ମିତା ଦାଶଙ୍କୁ ସେବାରତ୍ନ ସମ୍ମାନ, ଭୋଜରାଜ ବାଗଙ୍କୁ ସମାଜ ଗୌରବ ସମ୍ମାନ, ସୁମିତ ଅଗ୍ରଓ୍ବାଲଙ୍କୁ ସେବା ଗୌରବ ସମ୍ମାନ, ସୁନୀତା ବଲଦିଆଙ୍କୁ ସମାଜ ଗୌରବ ସମ୍ମାନ, ନିମାଇଁ ଚରଣ ମହାପାତ୍ରଙ୍କୁ ସମାଜସେବା ସମ୍ମାନ, ଉଦ୍ଧବ ପଣ୍ଡାଙ୍କୁ ସାମ୍ବାଦିକ ଗୌରବ ସମ୍ମାନ, ବାଲାଜୀ ତରାସିଆଙ୍କୁ ସାମ୍ବାଦିକ ସେବା ସମ୍ମାନ ଏବଂ ମହେନ୍ଦ୍ର ସାହୁଙ୍କୁ ଯୁବ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରି ଉପଢୌକନ , ପୁଷ୍ପଗୁଚ୍ଛ, ମୋମେଂଟ ପ୍ରଦାନ କରି ସମ୍ମାନୀତ କରାଗଲା। କଣ୍ଠଶିଳ୍ପୀ ସୁଶ୍ରୀ ସୌଭାଗ୍ୟ ଲକ୍ଷ୍ମୀ ଦାଶ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଲେ  ନଟରାଜ କଳା ପରିଷଦ ଅତାବିରା ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ  ସଂଘର ଜିଲ୍ଲା ସାଂସ୍କୃତିକ କିଶନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post