କଣ୍ଟାବାଞ୍ଜି ସିଭିଲ କୋର୍ଟରେ ଜାତୀୟ ଆଇନ ସ୍ବାଧୀକାର ଦିବସ ପାଳିତ ।


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଆଜି କଣ୍ଟାବାଞ୍ଜି ସିଭିଲ କୋର୍ଟ ପରିସର ରେ କଣ୍ଟାବାଞ୍ଜି ତାଲୁକ ଆଇନ ସେବା କମିଟି ତରଫରୁ  "ଜାତୀୟ ଆଇନ ସ୍ବାଧୀକାର ଦିବସ" ପାଳନ କରାଯାଇଛି।  ଏହି  ଅବସରରେ ମୁଖ୍ୟ ଅତିଥି ଭାବେ ଏ.ଡି.ଜେ ଶ୍ରୀ ହିମାଂଶୁ ଶେଖର ମଲ୍ଲିକ, ସିଭିଲ ଜର୍ଜ ଶ୍ରୀ ଵିନୋଦ ବିହାରୀ ସାହୁ ଏବଂ ଜେ.ଏମ.ଏଫ. ସି ଲିପ୍ସା ରାଉତ ଯୋଗ ଦେଇଥିଲେ।  କେମିତି  ସମସ୍ତ ଆର୍ଥିକ ଗରିବ ଲୋକମାନଙ୍କ ପାଖକୁ ନିଶୁଳ୍କ ଆଇନ ସେବା ପହଞ୍ଚି ପାରିବ ଏବଂ ତାଳୁକ ଆଇନ ସେବାର ବିଭିନ୍ନ କାମ ବିଷୟରେ ପାରା ଆଇନ ସ୍ବେଚ୍ଛାସେବୀ ଏବଂ କଣ୍ଟାବାଞ୍ଜି ବାର କାଉନସିଲର ସଦସ୍ୟ ମାନଙ୍କୁ ସଚେତନ କରିଥିଲେ। ଉପସ୍ଥିତ ସଦସ୍ୟ ହେଲେ ଜୁନିୟର କ୍ଲର୍କ ବ୍ରଜ ବିହାରୀ ମିର୍ଧା, ବାର କାଉନସିଲ ସମସ୍ତ ଓକିଲ,  ପାରା ଆଇନ ସ୍ବେଚ୍ଛାସେବୀ ଯୁଗଲ କିଶୋର ଶବର, ଗୋବିନ୍ଦ ତାଣ୍ଡି, ଉତ୍ତମ ଦାସ, ଜମ୍ବୁ ଛୁରା, କୃଷ୍ଣ ଚନ୍ଦ୍ର ମିଶ୍ର । ପ୍ରମୁଖ ଉପସ୍ଥିତ ଥିଲେ।



Post a Comment

Previous Post Next Post