ରିପୋର୍ଟର // ସୁଶାନ୍ତ କୁମାର ବେହେରା
ହରଭଙ୍ଗା ,(ଆଜତକ୍ ଓଡ଼ିଶା) ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଭୋଟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜି ରାମଗଡ଼ ପଞ୍ଚାୟତ ର ଗ୍ରାମପଞ୍ଚାୟତ ଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭୋଟ ଦେବାର ସଠିକ୍ ପ୍ରଣାଳୀ,କେଉଁ ମାନେ ଭୋଟ ଦେବା ପାଇଁ ଯୋଗ୍ୟ,କିଭଳି ଭୋଟ ନାକଚ ହୋଇଥାଏ ଏବଂ କିପରି ଭୋଟ ନାକଚ ହେବ ନାହିଁ ସେହି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା। ମହିଳା ମାନଙ୍କ ପାଇଁ ରହିଥିବା 50%ସଂରକ୍ଷଣ ବ୍ୟବସ୍ଥା କଣ ସେହି ବିଷୟରେ ଆଲୋଚନା ମଧ୍ୟ କରାଯାଇଥିଲା। ଦି ହଙ୍ଗର୍ ପ୍ରୋଜେକ୍ଟ ଇଣ୍ଡିଆ ର କାର୍ଯ୍ୟକର୍ତ୍ତା ପ୍ରତାପ ମେହେର ଏବଂ ସୁପ୍ରିୟା ଦେହୁରୀ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାମଗଡ଼ପଂଚାୟତ ର ରାମଗଡ,ବୈକୁଣ୍ଠପୁର,ତିଲେଶ୍ୱର ପଂଚାୟତ ର ଖଜୁରୀଆ,ଘୀମୁହାଁଣି, ଠାରେ ଏହି କାର୍ଯ୍ୟକ୍ରମ କରାଯାଇଛି । ହରଭଙ୍ଗା ବ୍ଲକ ର 15ଟି ପଂଚାୟତ ରେ ଏହି ସଚେତନତା କାର୍ଯ୍ୟକ୍ରମ ହେବବୋଲି କାର୍ଯ୍ୟକର୍ତ୍ତା ପ୍ରତାପ ମେହେର ମତବ୍ୟକ୍ତ କରିଛନ୍ତି ।
Post a Comment