ମିଶନ ଶକ୍ତି ମାଧ୍ୟମରେ ୩୮ ଜଣ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ। ଙ୍କୁ ଚୟନ ଓ ପ୍ରଶିକ୍ଷଣ ଶିବିର


ରିପୋର୍ଟର // ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା) ମିଶନ ଶକ୍ତି ବୌଦ୍ଧ ମାଧ୍ୟମ ରେ 38 ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା ଙ୍କୁ ଚୟନ କରାଯାଇ, ବିଜନେସ କରେଶପଣ୍ଡେନ୍ସ ଏଜେଣ୍ଟ ଭାବେ କାମ କରିବା ପାଇଁ ଏହି ମହିଳା ମାନଙ୍କୁ ଏକ ଦିବସିୟ ପ୍ରଶିକ୍ଷଣ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବୌଦ୍ଧ ର ସଭା ଗୃହ ରେ ଆୟୋଜନ କରାଯାଇଛି ।ପ୍ରଶିକ୍ଷଣ ପରେ ଏହି ମହିଳା ମାନେ ଗ୍ରାମାଞ୍ଚଳ ରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବେ। ଏହି ପ୍ରଶିକ୍ଷଣ ଶିବିର ରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅଶ୍ୱିନୀ ମେହେର ଅଧ୍ୟକ୍ଷତା କରିଥିଲେ. LDM ଶ୍ରୀ ରବୀନ୍ଦ୍ର ସେଠି, ଡିପିଏମ ଶ୍ରୀ ଫ୍ରାନସିସ ବାର୍ଲା, ଡିପିସି ଶ୍ରୀ ଦେବଦତ୍ତ ମିଶ୍ର ଓ ମିଶନ ଶକ୍ତି ର ବ୍ଲକ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ICICI ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ରୁ ଶ୍ରୀ ପ୍ରିୟରଞ୍ଜନ ସ୍ୱାଇଁ ଓ ସୀତାଂଶୁ ସ୍ୱାଇଁ ପ୍ରଶିକ୍ଷଣ ଦେଇଥିଲେ।

Post a Comment

Previous Post Next Post