ଆଇନ୍ ସଚେତନତା ଶିବିର ଅନୁଷ୍ଠିତ


ରିପୋର୍ଟର // ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଗ୍ରାମ ରେ ଆଜି କଣ୍ଟାମ|ଳ ତାଲୁକ ଆଇନ ସେବା କମିଟି ର ଆଇନସେବା ପ୍ରାଧିକରଣ କଣ, କାହିଁକି ଓ କାହାପାଇଁ ଆବଶ୍ୟକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିଥିଲେ । ଏହି ଆଇନ ସେବା ପ୍ରାଧିକରଣ ଉଦ୍ଦେଶ୍ୟ ହେଲା ଗରିବ ଅସହାୟ ଲୋକମାନଙ୍କୁ ମାଗଣାରେ ଆଇନ ସହାୟତା ଦେବା । ଲୋକ ଅଦାଲତ ଦ୍ୱାରା ମାମଲାର ଆପୋଷ ଫଇସଲା କରାଇବା । ଅନୁସୂଚିତ ଜାତି  ବା ଉପଜାତି, ମାନସିକ ବିକାର ଗ୍ରସ୍ତ ବିକଳାଙ୍ଗ, ମହିଳା, ଶିଶୁ, ବରିଷ୍ଠ ନାଗରିକ, ଶିଳ୍ପ ଶ୍ରମିକ, ବୈଠକ ଶ୍ରମିକ ଓ ହାଜତ ରେ ବିଚାର ଅପେକ୍ଷା ରେ ଥିବା ବା ଦଣ୍ଡ ଭୋଗୁଥିବା ବ୍ୟକ୍ତି ପ୍ରମୁଖ ଏହି ଆଇନ ସେବା ପ୍ରାଧିକରଣ ର ମୂଳ ଉଦ୍ଦେଶ୍ୟ । ଏହି ଶିବିରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା କଣ୍ଟାମାଳ ତାଲୁକ୍ ସ୍ତରୀୟ ଆଇନ୍ ସେବା କମିଟିର ଚେୟାରମେନ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାସ ,କଣ୍ଟାମାଳ ର ଲିଗାଲ  ଏକସେଲ ର ରିଟେନର ଆଇନଜୀବୀ ଶ୍ରୀ ପ୍ରତାପ ଚନ୍ଦ୍ର ସାହୁ ଓ କଣ୍ଟାମ|ଳ ଆଇନ ସେବା କମିଟିର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ |ଦପଲା ଗ୍ରାମ ପଞ୍ଚାୟତ ନିମନ୍ତେ ଆଇନ ସ୍ବେଛାସେବୀ ଶରତ ଭୋଇ ଓ  ଶିମିଳିପଦର ଗ୍ରାମ  ପଂଚାୟତ ନିମନ୍ତେ ଆଇନ ସ୍ବେଛାସେବୀ ଚିତ୍ତରଞ୍ଜନ ସାହୁ ଆବଶ୍ୟକୀୟ ସହାୟତା କରିଥିଲେ । କଣ୍ଟାମ|ଳ ଆଇନ ସେବା ପ୍ରାଧିକରଣ ପ୍ରତ୍ୟେକ ଗାଁ ରୁ ଗାଁ କୁ ଗତ ଅକ୍ଟୋବର ୨ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଉଲ୍ଲେଖ ରହିଛି ।ପଥର୍ଲା ଗ୍ରାମର ସମସ୍ତ ଗ୍ରାମବାସୀ ଏହି ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

Post a Comment

Previous Post Next Post