ରିପୋର୍ଟର : ସୁଶାନ୍ତ କୁମାର ବେହେରା ଓ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର
ବୌଦ୍ଧ,(ଆଜତକ୍ ଓଡ଼ିଶା) ସର୍ବ ପ୍ରଥମ ୬୯ତମ ରାଜ୍ୟସ୍ତରୀୟ ମହିଳା ଭଲିବଲ ଉଦଘାଟିତ ପାଇଁ ଆଜି ବୌଦ୍ଧ ଜିଲ୍ଲା ସୁନାମ ଅର୍ଜନ କରିଛି। ଏହି କ୍ରୀଡା ରେ ରାଜ୍ୟର କିଟ ୟୁନିଭରସିଟି, କଟକ, କେନ୍ଦ୍ରାପଡ଼ା, ଖୁର୍ଦ୍ଧା, ସୁନ୍ଦରଗଡ଼, ମୟୁରଭଞ୍ଜ, ବୌଦ୍ଧ, ପୁର୍ବ ତଟ ରେଲୱେ, ରାଉରକେଲା ଷ୍ଟିଲପ୍ଲାଣ୍ଟ, ଜଗତସିଂହପୁର, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, କନ୍ଧମାଳ, ବଲାଙ୍ଗୀର, ସମ୍ବଲପୁର, ଭଦ୍ରକ ଆଦି ୧୫ଗୋଟି ଜିଲ୍ଲା ର ମହିଳା ଖେଳାଳି ଭାଗ ନେଇଥିଲେ!ରାଜ୍ୟ ସରକାର, ରାଜ୍ୟଭଲିବଲ ଆସୋସେସନ ଓ କିଟ କିସ ର ସହାୟତାରେ ବୌଦ୍ଧ ଇଣ୍ଡୋର ଷ୍ଟାଡିଅମ ରେ ଏହି କ୍ରୀଡା ଆଜି ମୁଖ୍ୟ ଅତିଥି ତଥା କନ୍ଧମାଳ ସାଂସଦ ଡ଼ା. ଅଚ୍ୟୁତାନନ୍ଦ ସାମନ୍ତରାୟ ଙ୍କ କର କମଲରେ ଉଦଘାଟିତ ହୋଇଯାଇଛି।
ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧରପୁର ରଣା ଓ ଅନ୍ୟ ସମ୍ମାନିତ ଅତିଥି ଯୋଗ ଦେଇ ଥିଲେ!ମୁଖ୍ୟ ଖେଳାଳି ଙ୍କୁ ଉତ୍ସlହିତ କରିବା ସହିତ ଖେଳାଳି ମାନଙ୍କୁ ଖେଳଉପରେ ବହୁ ଉପଦେଶ ଦେବ ସହିତ ଆଗକୁ ବୌଦ୍ଧ ଜିଲ୍ଲା ରେ ପ୍ରଥମ ରାଜ୍ୟସ୍ତରୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟ କରାଇବାପାଇଁ ଜିଲ୍ଲା ପାଳଙ୍କ ସହିତ ଆଲୋଚନା କରିଥିଲେ!ଏହି ଭଲିବଲ ଟୁର୍ନାମେଣ୍ଟ ୧୧/୧୧ରୁ ୧୪/୧୧. ଚାରିଦିନ ଧରି ଚାଲିବାର ସମୟସୀମା ଧାର୍ଯ୍ୟ କରାଯାଇଛି।
Post a Comment