ବିନିକା,(ଆଜତକ୍ ଓଡ଼ିଶା) ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟରେ ବ୍ଳକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ଶ୍ରୀ ଅଜିତ କୁମାର ଭୋଇ ଓ ଜଗତ ଖମାରୀ ପରିଚାଳନା କରିଥିଲେ। ଏଥିରେ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଧିରେନ୍ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ ପ୍ରୋଗ୍ରାମିଙ୍ଗ ଅଫିସର ହରିଶଚନ୍ଦ୍ର ହୋତା ,ମିତାଲୀ ପ୍ରଧାନ ଓ ରାଜନୀତି ବିଜ୍ଞାନର ବିଭାଗୀୟ ମୁଖ୍ୟ ପ୍ରଫେସର ରୁଦ୍ର ନାରାୟଣ ଦାସ ଜଜ୍ ଭାବେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରିଥିଲେ। ଏହାପରେ ପ୍ରଫେସର ହୋତା ସାର୍ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ଶ୍ରୀ ଅଜିତ କୁମାର ଭୋଇ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ।
ନେହେରୁ ଯୁବ କେନ୍ଦ୍ର ସୋନପୁର ତରଫରୁ ବ୍ଲକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା
ଆଜତକ ଓଡ଼ିଶା
0
Post a Comment