କେନ୍ସର ସଚେତନତା ଏବଂ ରୋଗ ନିରୂପଣ ଶିବିର ଆୟୋଜିତ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଏଚସିଜି ପଣ୍ଡା କେନ୍ସର ହସ୍ପିଟାଲ ଏବଂ ପ୍ରେସ କ୍ଲବ କଣ୍ଟାବାଞ୍ଜି ମିଳିତ ଉଧ୍ୟମ ରେ ଗୋଟିଏ ମାଗଣା କେନ୍ସର ସଚେତନତା ଏବଂ ରୋଗ ନିରୂପଣ ଶିବିର ର ଆୟୋଜନ ଆରୋଗ୍ୟମ ମେଡ଼ିକାଲ ପରିସର ହୋଇଛି, କଣ୍ଟାବାଞ୍ଜି ମେଡ଼ିକାଲ ଅଫିସର ଡାକ୍ତର ଏସପିଡ଼ି ପଣ୍ଡା ଏହି ଶିବିର କୁ ଉଦଘାଟନ କରିଥିଲେ, ପ୍ରେସ କ୍ଲବ ସଭାପତି ପ୍ରବଜିତ ସିଂହ ସାଲୁଜା ସଭାପତିତ୍ୱ ଏହି ଶିବିର ଆୟୋଜନ କରାଯାଇଥିଲା ,ଏହି ଶିବିର ରେ ଓଡ଼ିଶା ର ପ୍ରସିଦ୍ଧ କେନ୍ସର ରୋଗ ବିଶେଷଜ୍ଞ ଡାକ୍ତର ନୀତିଶ ରଂଜନ ଆଚାର୍ଯ୍ୟ ନିଜର ସେବା ଦେଇଥିଲେ  ଏହି ଶିବିର ରେ ୬୨ ରୋଗୀ ଦେଖାଇ ଥିବା ବେଳେ ୮ ଜଣ ରୋଗୀ ଙ୍କ କେନ୍ସର ନିରୂପଣ କରା ଯାଇଥିଲା, ଏମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ପ୍ରେସ କ୍ଲବ କଣ୍ଟାବାଞ୍ଜି ନିଜର ପ୍ରଚେଷ୍ଟା ର ଚିକିତ୍ସା ପ୍ରତିଶ୍ରୁତି ଦେଇଛନ୍ତି, ଅନ୍ୟପକ୍ଷରେ ହସ୍ପିଟାଲ ମେନେଜର ଜ୍ୟୋତି ମିଶ୍ର କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡଧାରୀ ବା ଯେ କୋଣସି ରାସନକାର୍ଡଧାରୀ ଙ୍କ ସମସ୍ତ ଚିକିତ୍ସା ଏଚସିଜି କେନ୍ସର ହସ୍ପିଟାଲ ର ମାଗଣାରେ କରା ଯାଉଛି, ଅଞ୍ଚଳ ର ଲୋକ ସଚେତନ ହୋଇ ରୋଗ ର ପରୀକ୍ଷା କରାଇବା ପାଇଁ ଆଗ୍ରହ ପ୍ରକାଶ କରନ୍ତୁ, ଆମେ ତାଙ୍କର ଦାୟିତ୍ୱ ନେବୁ ବୋଲି କହିଛନ୍ତି।



ଉକ୍ତ ଶିବିର ଏଚସିଜି ପଣ୍ଡା କେନ୍ସର ହସ୍ପିଟାଲ ର ମେନେଜର ଜ୍ୟୋତି ମିଶ୍ର ଓ ହସ୍ପିଟାଲ ର ଲୋକଲ ପ୍ରତିନିଧି ପତିତପାବନ ସାହୁ,ଏହା ସହ ପ୍ରେସ କ୍ଲବ ର କାର୍ୟ୍ଯକାରୀ ସଭାପତି ସୁରଦାସ ବାଗ,ଉପସଭାପତି ମନୋଜ ଶର୍ମା, କେଶୀୟର କବଲଜିତ ସିଂହ ମାଖିଜା ପରାମର୍ଶଦାତା ଆଶିଷ ଖେତାନ, ଆନଂଦ ମୋଟେ, ବନ୍ଟି ଗୁପ୍ତା, ସଭ୍ୟ ରୋହନ କୁମାର ମହତ,ଯୁଗଳ କିଶୋର ଶବର,ସୁବ୍ରତ ମହାକୁର,ବିସିକେଶନ ମାଝୀ, ବିକାଶ ମିତ୍ତଳ,ଆଇନ ପରାମର୍ଶଦାତା ବିବେକ ଶର୍ମା,ଚିନ୍ତୁ ମହାକୁର, ପ୍ରମୁଖ ଉପସ୍ଥିତ ରହିଥିଲେ।

କେନ୍ସର ସଚେତନତା ପାଇଁ ଏହି କାର୍ଯ୍ୟକ୍ରମ କରିଥିବା ରୁ ଜନସାଧାରଣ ପ୍ରଶଂସା କରିଛନ୍ତି।

Post a Comment

Previous Post Next Post