ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହିବାହାଲ ଗ୍ରାମ ରେ ଶିଶୁଙ୍କ ଭବିଷ୍ୟତ ଗଢିବା ପାଇଁ ତିଆରି ହୋଇଥିବା ନୂତନ ଅଙ୍ଗନ ୱାଡି ଗୃହ ର ଅଭାବ ନିୟ, ନିମ୍ନ ମାନର କାମର ଆଜି ପର୍ଦାଫାଶ ହୋଇଛି!ବିଗତ ପଂଚାୟତ ନିର୍ବାଚନ ରୁ ତିଆରି ହୋଇଥିବା ମହିବାହାଲ ନୂତନ ଅଙ୍ଗନ ୱାଡି ଗୃହ କାର୍ଯ୍ୟ ସଂପୂର୍ଣ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ତରଫରୁ ହସ୍ତାନ୍ତର ହୋଇନଥିବାର ସୂଚନା ମିଳିଛି!ଗାଈ, କୁକୁର ଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି ଶିଶୁଙ୍କ ଭବିଷ୍ୟତ ତିଆରି କରିବା ପାଇଁ ହୋଇଥିବା କାରଖାନାରେ। ୫ବର୍ଷ ନପୂରୁଣୁ, ଶିଶୁ ପାଠ ନ ପଡ଼ୁଣୁ ସର୍ବ ପ୍ରଥମେ ଅଙ୍ଗନବାଡି କର୍ମୀଙ୍କୁ ଗୃହ ହସ୍ତାନ୍ତର ନକରିବା ପୂର୍ବରୁ ଗୃହ ର କାନ୍ଥ ଫାଟିବା ଜନସାଧାରଣ ଙ୍କ ଦୃଷ୍ଟି ରେ ଆସିଛି!ଗୃହ ନିର୍ମାଣ ନିମ୍ନ ମାନର ହୋଇଥିବାସାଙ୍ଗକୁ ୫ଇଞ୍ଚ ର କାନ୍ଥ, ଗୋଦାମ ଗୃହ ଫାଙ୍କା କାନ୍ଥ, ଲାଟିନ ଗୃହ ସାଧାରଣ ରେ ଦିଆଯାଇଥିବା ପାନ, ପାଣିଟାଙ୍କି ଓଲଟା ଥାଇ ବି କେମିତି କଣ୍ଟ୍ରାକ୍ଟର କୁ ଦିଆ ଗଲା ଏହି ଗୃହ ର ବିଲ ଏହା ଆଲୋଚନା ର ବିଷୟ।
ସରକାରୀ ଯନ୍ତ୍ରୀ ତଦାରଖ ରେ ଥିଲେ କି ନାହିଁ? କି ପ୍ରଶାସନ ଓ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ହୋଇଛି ଉତ୍ତର ମାଗୁଛିନ୍ତି ମହିବାହାଲ ର ଭବିଷ୍ୟତ ର ନାଗରିକ ମାନେ। ଏହି ଯୋଜନାରେ ଖର୍ଚ୍ଚ ହୋଇଥିବା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପ୍ରଶାସନ ର ନିଜର ନୁହେଁ ସାଧାରଣ ଜନତାଙ୍କ ର। ତେଣୁ ଜନତାଙ୍କ ପେଟରେ ଲାତ ମାରି ଶିଶୁଙ୍କ ଭବିଷ୍ୟତ ଅନ୍ଧାର କରି ଠିକାଦାର ଙ୍କୁ ପୋଷିବା ରାଜନୈତିକ ର କୌଣସି ଧାରା ରେ ନାହିଁ!ନୂତନ ଗୃହ ରେ ବନ୍ଦ ଥିବାରୁ ଅଙ୍ଗନବାଡି ର ଯେକୌଣସି କାର୍ଯ୍ୟକ୍ରମ ପରିସର ଭିତରେ ଥିବା ପ୍ରାଥମିକ ବିଦ୍ୟାଳୟ ରେ ହେଉଛି। ଏହା ଏକ ଲଜ୍ୟା ଜଣକ ଘଟଣା। ଯଦି ଶିଶୁଙ୍କ ଭବିଷ୍ୟତ ଜୀବନ ଉପରେ ଏମିତି ଖେଳ ଖେଳିବା କେତେଦୂର ଗ୍ରହଣୀୟ!ପ୍ରଶାସନ ର ବେଫିକର ଯୋଗୁଁ ଏଭଳି ମହିବାହାଲ ଅଙ୍ଗନବାଡି ଗୃହ ସମେତ ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନରେ ଜନସାଧାରଣ ଅସୁବିଧା ରେ ପଡୁଛନ୍ତି!ଏଣୁ ଗ୍ରାମ ବାସୀଙ୍କ ଅଭିଯୋଗ ଯଥାଶୀଘ୍ର ପ୍ରଶାସନ ଓ ହରଭଙ୍ଗା BDO ମହୋଦୟ ଏହି ଅଙ୍ଗନବାଡି ଗୃହ ର ତଦାରଖ କରି ବାକିଥିବା କାମକୁ ସଂପୂର୍ଣ କରି କାର୍ଯ୍ୟ କରିଥିବା ଠିକାଦାର ଓ ଯନ୍ତ୍ରୀ ଙ୍କୁ ଆଇନ ଅନୁଯାଇ ଦଣ୍ଡିତ କରାଯାଉ।
Post a Comment