ବୌଦ୍ଧ,(ହୃଦାନନ୍ଦ ମେହେର)ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉପ୍ରା (ମଇ)ବିଦ୍ୟାଳୟରେ ସରକାରଙ୍କ ନିର୍ଦ୍ଦେଶ।ନୁସାରେ କୋଭିଡ ନୀତିନିୟମ ପାଳନ ପୂର୍ବକ ବିଦ୍ୟାଳୟ ଖୋଲାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ହାତ ସାନି ଟାଇଜର କରିବାପରେ ଥର୍ମାଲ ସ୍କିନିଙ୍ଗ ମଧ୍ୟ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜିତ କୁମାର ମେଣ୍ଡିଲି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାକ୍ସ ବଣ୍ଟନ କରିଥିଲେ । ଦୀର୍ଘ ୧୯ ମାସ ପରେ ବିଦ୍ୟାଳୟ ଖୋଲାଯାଇଥିବାରୁ ଖୁସିର ଲହରୀ ଖେଳିଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭ କଳସ ସ୍ଥାପନ କରି , ବିଭିନ୍ନ ରଙ୍ଗର ରଂଗଲି ରେ ଅଙ୍କିତ କରି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ କୃତଜ୍ଞତା ଜଣାଇଥିଲେ।ଏହି ସ୍ୱାଗତ ସମ୍ବର୍ଦ୍ଧନା ସମାରୋହରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ରଶ୍ମି ରଞ୍ଜନ ଡାଙ୍ଗ, ଦୁଃଶାସନ ସେଠୀ ଓ ଶିକ୍ଷୟିତ୍ରୀ ପୁସ୍ମିତା ସାହୁ, ସହଯୋଗ କରିଥିଲେ ।
ସଂଗ୍ରାମପୁର ଉ.ପ୍ରା (ମ.ଇ) ବିଦ୍ୟାଳୟ ର ସ୍ୱାଗତ ସମାରୋହ ପାଳିତ
ଆଜତକ ଓଡ଼ିଶା
0
Post a Comment