ବିଜେପି ତରଫରୁ ସ୍ବାସ୍ଥ୍ୟ କର୍ମଚାରି ଓ ଡାକ୍ତରଙ୍କୁ କରୋନା ଯୋଦ୍ଧା ଭାବେ ପୁଷ୍ପ ଗୁଛ ଦେଇ ସମ୍ବଦ୍ଧନା


ବୌଦ୍ଧ,(ହୃଦାନନ୍ଦ ମେହେର) ଶହେକୋଟି ଟୀକାକରଣ ପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା                   ଦେଶରେ କୋଭିଡ ଟୀକା କରଣ ଶହେ କୋଟି ଲୋକ ନେଇଥିବା ବେଳେ ବୌଦ୍ଧ ଜିଲ୍ଲା ବିଜେପି ସଦସ୍ୟ ମାନେ ବିଭିନ୍ନ ଟୀକାକରଣ ତଥା ଡାକ୍ତରଖାନାରେ ପହଂଚି ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତର ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଦୃଢ ନିଷ୍ପତି ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନିଷ୍ଠୁର ଉଦ୍ୟମ ଯୋଗୁଁ ଟୀକା କରଣ ଶହେ କୋଟି ପାର ହୋଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ପଦେକ୍ଷପ ଯୋଗୁଁ ମାଗଣା ଟୀକା କରଣ ସଫଳ ହୋଇଥିବାରୁ ଜିଲ୍ଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଚାଲିଛି । ରବିବାର ଜହ୍ନlପଙ୍କ ଡାକ୍ତରଖାନା ପହଂଚି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କରୋନା ଯୋଦ୍ଧା ଭାବରେ ଆୟୁଷ ଡାକ୍ତର ରମାକାନ୍ତ ନନ୍ଦ, ଫାର୍ମାସିଷ୍ଟ କ୍ରିତିଧର ବେହେରା, ଷ୍ଟାଫ ନର୍ସ କବିତା କୁଜୁର, ଲବେରୋଟେରୀ ଟେକନୋସିଆନ ବିଶ୍ୱନାଥ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନବୀନ ହୋତା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଦେଓ, ସ୍ୱଚ୍ଛ ଭାରତ ଜିଲ୍ଲା ସଂଯୋଜକ ବିଶିକେଶନ ପ୍ରଧାନ, ମଣ୍ଡଳ ସାଧାରଣ ସମ୍ପାଦକ ସୁମନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।


(ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା)

Post a Comment

Previous Post Next Post