ବୌଦ୍ଧ,(ହୃଦାନନ୍ଦ ମେହେର) କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ସେହି ବିଦ୍ୟାଳୟର ସଭାପତି ଗୋବିନ୍ଦ ସାହୁ ଦ୍ଵାରା ଅପହରଣ ଓ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରି ଆଜି ବୌଦ୍ଧ ଜିଲ୍ଲା ମାରୁତି ସେନା ତରଫରୁ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖକୁ ଯାଇ ମମିତା ମେହେରଙ୍କ କେଶର CBI ତଦନ୍ତ ଓ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଦିନ ପ୍ରାୟ ୧୨ଘଣ୍ଟା ସମୟରେ ମାରୁତି ସେନାର ସମସ୍ତ ସଦସ୍ୟ କଚେରୀ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହି ମାମଲାରେ ସଂପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ ଦାବୀ ଓ ଏହାର ନିରପେକ୍ଷ CBI ତଦନ୍ତ କରିବା ସହ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ ଏହା ସହ ବିଦ୍ୟାଳୟର ସଭାପତି ଗୋବିନ୍ଦ ସାହୁଙ୍କୁ ଫାଶୀଦଣ୍ଡ ଦିଆଯାଉ ବୋଲି ମଧ୍ୟ କୁହାଯାଇଥିଲା। ଏଥିରେ ମାରୁତି ସେନାର ସମସ୍ତ ସଦସ୍ୟ ଶୁଶିଲ କୁମାର ପାତ୍ର, ପ୍ରଶାନ୍ତ କର୍ଣ୍ଣ, ମହାଦେବ କଲତା, ସୁବାଷ ଚନ୍ଦ୍ର ସାହୁ, କେଶବ ହରି ଦୀପ, ସ୍ୱାଧୀନ ପରିଡ଼ା, ଜ୍ଞାନେନ୍ଦ୍ର ଜେନା, ଦିବାକର ମେହେର, ଶଶୀ ମହାକୁଡ, ସମ୍ବିତ ପଟ୍ଟନାୟକ ଓ ଲୋକନାଥ ମଲ୍ଲିକ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ।
(ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା)
Post a Comment