ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମପଞ୍ଚାୟତ ମାଉଲ ସିଙ୍ଗା ଅଂଚଳ ରେ ଅସୁସ୍ଥ ହୋଇଥିବା ଗୋମାତା ଙ୍କୁ ସେବା କରି ଏକ ସ୍ୱେଚ୍ଛା ସେବୀ ସଂଗଠନ ପ୍ରଶଂସା ର ପାତ୍ର ହୋଇଛି!ସୂଚନା ଅନୁଯାଇ ଏକ ଗୋମାତା ମାଉଲ ସିଙ୍ଗା ଅଂଚଳ ରେ ଗୋଡ଼ରେ ଖଣ୍ଡିଆ ହୋଇ ପୋକ ହୋଇଯାଇଥିବାର ବିଶେଷ ସୂତ୍ରରୁ ଖବର ପାଇ ବୁଟୁପାଲି ସ୍ଥିତ ଗଙ୍ଗାଧର ସ୍ୱେଚ୍ଛା ସେବୀ ସମିତି ସଦସ୍ୟ ମାନେ ଗତକାଲି ପହଂଞ୍ଚି ଗୋ ମାତାର ସେବା କରିବା ସହିତ ପ୍ରାଣୀ ଚିକିତ୍ସକ ଡ଼ା. ପ୍ରିୟବ୍ରତ ବେହେରା ଙ୍କ ଦ୍ୱାରା ଚିକିତ୍ସା କରାଇ ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦାନ୍ତପାଲି ଗ୍ରାମରେ ଥିବା ମାହେଶ୍ୱରୀ ଗୋ ଶାଳା ରେ ଗୋ ମାତାର ସେବା ଶୁଶ୍ରୁଷା କରିବା ପାଇ ଛାଡି ଦେଇଥିଲେ!ଏହା ପୁର୍ବ ରୁ ଏହି ଗୋଶାଳା ରେ ୨୯୩ଟି ଗୋମାତା ଥିବାର ସୂଚନା ଅଛି!ଆଗାମୀ ଦିନରେ ଏହି ଗୋଶାଳା ଓଡିଶା ପ୍ରଦେଶ ରେ ଆଗ ଧାଡ଼ିର ଗୋ ଶାଳା ର ମାନ୍ୟତା ପାଇବା ର ହକଦାର ହେବ!ଅସୁସ୍ଥ ଥିବା ଗୋମାତା ର ସେବାରେ ସଂଗଠନ ର ଇନ୍ଦ୍ରମଣି ମେହେର,ରାମଚନ୍ଦ୍ର ମେହେର, ରାଜୁ ମେହେର,ସନ୍ତୋଷ ମେହେର, ସୁମନ ମେହେର,ବିକାଶ ମେହେର, ସଂଯୁକ୍ତା ମଲ୍ଲିକ, ମିନୁପ୍ରସାଦ ମିଶ୍ର ପ୍ରମୁଖ ସାହାୟତା କରିଥିଲେ।
Post a Comment