![]() |
ସଡକ ଦୁର୍ଘଟଣା ଫୋଟୋ |
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କପିଳଭଟ୍ଟା ଗାଁର ହନୀ ହଂସ କିଡ୍ନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ପରିବାର ଲୋକେ ବିଷମକଟକ ଖ୍ରୀଷ୍ଟିଆନ୍ ମେଡିକାଲ୍ରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁନଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ସେଥିପାଇଁ ହନୀଙ୍କୁ ଏକ ପ୍ରାଇଭେଟ୍ ଆମ୍ୱୁଲାନ୍ସରେ ପରିବାର ଲୋକ ଘରକୁ ନେଉଥିଲେ ।ବିଷମକଟକଠାରୁ ୩୦ କିମି ଦୂର ମଂଜରିକୋପା ନିକଟରେ ବିପରୀତ ଦିଗରୁ ଆସିଥିବା ଏକ ପାଉଁଶ ବୋଝେଇ ଟ୍ୟାଙ୍କର ଆମ୍ୱୁଲାନ୍ସକୁ ଧକ୍କା ଦେଇଥିଲା । ତା’ପରେ ଟ୍ୟାଙ୍କରଟି, ଆମ୍ୱୁଲାନ୍ସକୁ ୩୦ ମିଟର ପର୍ଯ୍ୟନ୍ତ ଠେଲି ନେଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ଦେଇଥିଲା । ଫଳରେ ଆମ୍ୱୁଲାନ୍ସ ଭିତରେ ଥିବା ହନୀ ହଂସ, ଭକ୍ତି ହଂସ ଓ ଆମ୍ୱୁଲାନ୍ସ ଚାଳକ ଅଭୟ କୌଶଲ୍ୟାଙ୍କ ମୃତ୍ୟୁ ଘଟିଥିଲା ।ଖବର ପାଇ ଅମ୍ୱାଦଳା ପୋଲିସ ଓ ମୁନିଗୁଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୁନିଗୁଡ଼ା ମେଡିକାଲ୍ରେ ଭର୍ତ୍ତି କରିଥିଲେ । ସେଠାରୁ ସୁଶାନ୍ତ ବିସିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏବେ ଲକି ହଂସ, ଜିତେନ୍ଦ୍ର ଭୋଇ ଓ ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି ।
Post a Comment