ଲହଡୁଙ୍ଗୁରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମୁଖୀ କାର୍ଯ୍ୟ।


ଲାଠୋର :( ଆଜତକ୍ ଓଡ଼ିଶା ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲହଡୁଙ୍ଗୁରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ। ସୂଚନା ମୁତାବକ ଛାତ୍ର ଛାତ୍ରୀଙ୍କ ପାଇଁ ଆସୁଥିବା ଖାଦ୍ୟ ସାମଗ୍ରୀର ଦୁରୂପଯୋଗ ହେଉଥିବ ଅଭିଯୋଗ ହେଉଛି। ଖାଦ୍ୟ ପାଇଁ ଆସୁଥିବା ଚାଉଳ,ଟଙ୍କା ନିଜ କାମରେ ବ୍ୟବହାର କରୁଛନ୍ତି ପ୍ରଧାନ ଶିକ୍ଷୟତ୍ରୀ। ଗତ ବର୍ଷ ଲକ୍ଡ଼ାଉନ୍ ରୁ କେବେ ହେଲେ ବିଦ୍ୟାଳୟ କୁ ଆସିନଥିବ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ରେ ଗୋଟିଏ ଛୋଟିଆ ଗାର୍ଡେନ ପାଇଁ ଆସିଥିବା ଟଙ୍କା କୁ ମଧ୍ୟ ସଭାପତି ଏବଂ ସ୍କୁଲ କମିଟି ର ଜଣେ ସଦସ୍ୟ ଙ୍କ ଠାରୁ ଦସ୍ତଖତ ନେଇ ପଇସା ଉଠେଇନେଇଛନ୍ତି ଚର୍ଚ୍ଚା ହେଉଛି। ଏହାର ତଦନ୍ତ ପାଇଁ ପ୍ରଶାସନ କୁ ଅନୁରୋଧ କରିଛନ୍ତି ଅଭିଭାବକ।

(ରିପୋର୍ଟର , ଚୂଡ଼ାମଣି ସୁନା)

Post a Comment

Previous Post Next Post