ବଲାଙ୍ଗୀର : (ଆଜତକ୍ ଓଡ଼ିଶା) ଗତ କାଲି ମଧ୍ୟାହ୍ନ ବଲାଙ୍ଗୀର ର ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ପରିସରରେ ଡାକ୍ତରି ଛାତ୍ର ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଜିମ୍ନାଜିୟମ ତଥା ଏକ ପାର୍କ ଉଦ୍ଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ ଶ୍ରୀ ନରସିଂହ ମିଶ୍ର । ଏ ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା, କଲେଜର ଡିନ୍ ତଥା ଅଧ୍ୟକ୍ଷ ସବିତା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ବିଧାୟକ ପାଣ୍ଠିରୁ ନିର୍ମିତ ଏହି ଜିମ୍ନାଜିୟମ ଗୃହ ବ୍ୟତିତ ବାସ୍କେଟ ବଲ କୋର୍ଟ, ଛାତ୍ରମାନଙ୍କ ପାଇଁ ବ୍ୟାଡମିଣ୍ଟନ କୋର୍ଟର ନିର୍ମାଣ, ଛାତ୍ରୀମାନଙ୍କ ପାଇଁ ବ୍ୟାଡମିଣ୍ଟନ କୋର୍ଟର ନବିକରଣ ପାଇଁ ସମୁଦାୟ ୨୧ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ଡାକ୍ତରି ଛାତ୍ର ଛାତ୍ରୀମାନେ ତାଙ୍କ ପାଇଁ କ୍ରିକେଟ ଓ ଫୁଟବଲ ପଡିଆର ଆବଶ୍ୟକତା ଉପରେ ବିଧାୟକ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଭାଇସ ପ୍ରିନ୍ସପାଲ ଡା. ମାନସି ପଣ୍ଡା, ବିଧାୟକଙ୍କ ପ୍ରତିନିଧି ମନୀଷ ମିଶ୍ର, ଛାତ୍ର ସଂସଦ ସଭାପତି ଅନିମେଶ ଦାଶ, କ୍ରିଡା ସଂପାଦକ ରିତେଶ ମେହେର, କ୍ରିଡା ସହ ସଂପାଦକ ସାଗର ବାଗ, ଛାତ୍ରୀ ନିବାସ ସଂପାଦିକା ସୁଦିପା ମିଶ୍ରଙ୍କ ସମେତ କଲେଜର ସମସ୍ତ ବର୍ଷର ଡାକ୍ତରୀ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ ।
ଜିମନାଜିୟମ ଉଦ୍ଘାଟନ କଲେ ବିଧାୟକ ନରସିଂହ ମିଶ୍ର
ଆଜତକ ଓଡ଼ିଶା
0
Post a Comment