ଏନ୍ଏସି ପକ୍ଷରୁ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ

(ଜବରଦଖଲ ଉଚ୍ଛେଦ ଫୋଟୋ)


କଂଟାବାଞ୍ଜି,  (ଆଜତକ୍ ଓଡ଼ିଶା): କଣ୍ଟାବାଞ୍ଜି ସହରରେ ଶୁକ୍ରବାର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଜାଗାରେ ଭେଣ୍ଡିଂଜୋନ୍ କରାଯିବ ବୋଲି ଏନ୍ଏସି ପକ୍ଷରୁ କୁହାଯାଇଛି। ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦେଶକ୍ରମେ ଶୁକ୍ରବାର ୱାର୍ଡ ନମ୍ବର ୧୧ ରେ ସରକାରୀ ଜମି ଉପରେ ଥିବା ଚାରିଟି ଘରକୁ ଉଚ୍ଛେଦ କରାଯାଇଥିଲା। ଜଣେ ବ୍ୟକ୍ତି ଏହି ସରକାରୀ ଜାଗାରେ ୪ଟି ଘର ତିଆରି କରି ୪ ଜଣଙ୍କୁ ଭଡ଼ାରେ ଦେଇଥିଲେ। ଅନେକ ଦିନରୁ ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିଲା। ଆଜି ଉଚ୍ଛେଦ ସମୟରେ ଏନ୍ଏସି ଇଓ ସମିରେଡ୍ଡି ଜୟଶ୍ରୀ, ତହସିଲଦାର ଅଶୋକ ମାଝୀ, ଥାନା ଅଧିକାରୀ ସତ୍ୟଜିତ କନ୍ଦଳକେଲ , ଏସ୍‌ଆଇ ପ୍ରଦୀପ ଦୁରିଆ , ଏସ୍‌ଆଇ ହୀରା ଖାଲକୋ, ଏନ୍‌ଏସି ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ, ଅମିନ କିଶୋର ସୁନା, ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ

Post a Comment

Previous Post Next Post