ବିଜେଡି ନେତ୍ରୀ ଗୋପା ମହାନନ୍ଦ ହେଲେ ବିଜୁ ମହିଳା ଜନତା ଦଳବରଗଡ ପର୍ଯ୍ୟବେକ୍ଷକ


କଣ୍ଟାବାଞ୍ଜି , ୦୭/୦୮, (ଆଜତକ୍ ଓଡ଼ିଶା) ବିଜୁ ମହିଲା ଜନତା ଦଳ ରାଜ୍ୟ ଉପ-ସଭାନେତ୍ରୀ ଗୋପା ମହାନନ୍ଦଙ୍କୁ ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳର ପର୍ଯ୍ୟବେକ୍ଷକ ଭାବେ ଚୟନ କରାଯାଇଛି । ଗୋପା ମହାନନ୍ଦ ପୁର୍ବତନ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରହିଥିବା ବେଳେ ବର୍ତମାନ ସମୟରେ ବିଜେଡି ଦଳ ତାଙ୍କୁ ରାଜ୍ୟ ବିଜୁ ମହିଳା ଦଳ ଉପସଭାପତି, ରାଜ୍ୟ ପରିଷଦ ସଦସ୍ୟା ପଦରେ ନିଯୁକ୍ତ କରାଯାଇଛି । ଗୋପା ମହାନନ୍ଦ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ଆଗଧାଡିରେ ଏକ ଟାଣୁଆ ମହିଲା ନେତ୍ରୀ ଭାବେ ବେଶ ଜଣାଶୁଣା ।

Post a Comment

Previous Post Next Post