ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀଙ୍କୁ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ସ୍ଵାଗତ ସମର୍ଦ୍ଧନା


କଣ୍ଟାବାଞ୍ଜି : (ଆଜତକ୍ ଓଡ଼ିଶା) କଂଟାବାଞ୍ଜି ଉପଖଣ୍ଡ କାର୍ଯ୍ୟାଳୟରେ ନୂତନ ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀ ଭାବରେ ଡ. ହୃଷିକେଶ ମେହେର(ଓ.ପି.ଏସ) ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ  ପୁଲିସ ମୁଖ୍ୟାଳୟ କଟକରେ ଏଚ୍‍.ଆର.ପି.ସି (ମାନବାଧିକାର ସେଲ) ଡି.ଏସ.ପି ଭାବରେ କାର୍ଯ୍ୟରତ ଥାଇ ପଦୋନ୍ନତି ପାଇବା ପରେ କଂଟାବାଞ୍ଜି ଉପଖଣ୍ଡରେ ଏସ.ଡି.ପିଓ ଭାବରେ  ଯୋଗଦେଇଥିବାବେଳେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ସ୍ୱାଗତ ସମର୍ଦ୍ଧନା ଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

 କଂଟାବାଞ୍ଜି ଥାନା ଅଂଚଳରେ ଅପରାଧ ନିୟନ୍ତ୍ରଣ ଓ ଏବଂ ଆଇନଶୃଙ୍ଖଳା ରକ୍ଷା ଦିଗରେ ତାଙ୍କର ପ୍ରଥମ ଆଭିମୁଖ୍ୟ ରହିବା ସହ ଅପରାଧିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ  ସହରରେ ଟ୍ରାଫିକ ସମସ୍ୟାର ସମାଧାନ ଉପରେ  ଗୁରୁତ୍ଵ ଦିଆଯିବ ଏହାସହ  କଂଟାବାଞ୍ଜି ଅଂଚଳ ଦାଦନ ପ୍ରବଣ ଅଂଚଳ ଭାବେ ସାରାଦେଶରେ ପରିଚୟ ସୃଷ୍ଟି କରିଥିବା ବେଳେ ଯେଭଳି ଦାଦନ ଶ୍ରମିକ ଏବଂ ଗରିବ ଜନସାଧାରଣଙ୍କ ଉପରେ ଯଦି ଅତ୍ୟାଚାର ଘଟଣା ତାଙ୍କ ଦୃଷ୍ଟିକୁ ଆସେ ତେବେ ତାଙ୍କୁ ଉଚିତ ନ୍ୟାୟ ଦେବା ସହିତ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଡ. ମେହେର କହିଛନ୍ତି।

ଏହି ସ୍ବାଗତ ସମର୍ଦ୍ଧନା ଦେବ ସମୟରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ଉପସଭାପତି ମନୋଜ ଶର୍ମା, କାର୍ଯ୍ୟକାରୀ ସଭାପତି ସୁରୁଦାସ ବାଗ,ପରାମର୍ଶଦାତା, ଆନନ୍ଦ ମୋଟେ ,ଆଶିଷ ଖଇତାନ, ସଦସ୍ୟ ରୋହନ ମହତ, ବିଶିକେସନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post