ବୌଦ୍ଧ : (ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ବିରାଟ ଶୋଭାଯାତ୍ରାରେ ରାମେଶ୍ଵର ମନ୍ଦିର ଠାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା l
- ଓଡିଶା ସରକାରଙ୍କ ଷ୍ଟାଫ୍ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଛି।
- ସରକାରୀ ନିଯୁକ୍ତିରେ ମେଧା ପରିବର୍ତ୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଛି।
- ଓଡିଶା ସରକାରରେ ମୋ ସରକାର - 5T ସ୍ୱତନ୍ତ୍ର ବିଭାଗ ହେଲାପରେ ରାଜ୍ୟରେ ଅଧିକ ଦୁର୍ନୀତି ବଢିଛି।
- ଏହି ବିଭାଗ ସମସ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଆଇନସିଦ୍ଧ କରି ଦୁର୍ନୀତି ରେ ସମ୍ପୃକ୍ତ ପ୍ରଶାସନ ଅଧିକାରୀ ଓ ଶାସକ ଦଳର ନେତାଙ୍କୁ ସୁରକ୍ଷା ଦେଉଛି। ରଞ୍ଚିତ ସାହୁ ଏ ଦୁର୍ନୀତି ଗଛର ଡାଳ, ତେବେ ଚେର କେଉଁ ମାନେ ?ଟଙ୍କା ଦେଇ ଚାକିରୀ କରିଥିବା ବ୍ୟକ୍ତି ଜଣକ ଚାକିରି ଶେଷ ପର୍ଯ୍ୟନ୍ତ ଦୁର୍ନୀତି କରିବ ଓ ସାଧାରଣ ଲୋକଙ୍କୁ ଶୋଷଣ କରିବ।
- କମିଶନ ର ଜଣେ ସଦସ୍ୟଙ୍କର ପିଏସ୍ ଚାକିରି ପରିବର୍ତ୍ତେ ଟଙ୍କା ଯେଉଁ ଟଙ୍କା କାରବାର କରୁଥିଲେ ଏହାର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ସବୁ ବିଷୟକୁ ତଦନ୍ତର ପରିସର ଭୁକ୍ତ କରାଯାଉ।
ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାଶୀଷ ଆଚାର୍ଯ୍ୟ ଦାବୀ କରିଥିଲେ । ଏଥି ସହିତ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ବୌଦ୍ଧ ଜିଲ୍ଲାରେ ବେକାର ଯୁବକ ଯୁବତୀ ମାନଙ୍କୁ ୨୧ ବର୍ଷ ନବୀନ ବାବୁଙ୍କ ଶାସନ ରେ ଖଣ୍ଡିଏ ଚାକିରି ପାଇନଥିବା ବଡ ଦୁଖଃ ବିଷୟ ବୋଲି ବର୍ଣ୍ଣନା କରିଥିଲେ । ତୁରନ୍ତ ସିବିଆଇ ତଦନ୍ତ ପାଇଁ ଦାବୀ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରୀ ମାଗୁଣି ଗାଈଗୌରିଆ, ଶ୍ରୀ ପ୍ରେମାନନ୍ଦ ମିଶ୍ର ,ଶ୍ରୀ ମନ ରଞ୍ଜନ ଦାସ, ଶ୍ରୀ ତାପସ କୁମାର ପଟ୍ଟନାୟକ, ଶ୍ରୀ ସତ୍ୟାନନ୍ଦ ପାଣ୍ଡେ, ସୁଶାନ୍ତ କୁମାର ବାଘ,ଓମ ପ୍ରକାଶ ମିଶ୍ର, ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ର, ଶ୍ରୀମତୀ ନମିତା ରାଣୀ ଦାସ, ବେହେରା, ସୁନୀଲ କ୍ଷେତି ,ଶ୍ରୀ ଦାମ ମିଶ୍ର, ପ୍ରଭୁତି ବିଜେପି ଯୁବମୋର୍ଚ୍ଚାର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ ।
ବୌଦ୍ଧରୁ ହୃଦାନନ୍ଦ ମେହେର ଙ୍କ ରିପୋର୍ଟ ଆଜତକ ଓଡିଶା
Post a Comment