ଉଦାହରଣ ସାଜିଲେ ଏବଂ ସମାଜକୁ ଏକ ନୂଆ ବାର୍ତ୍ତା ଦେଲେ ବୋଲବମ୍ ଭକ୍ତ


ବୌଦ୍ଧ : (ଆଜତକ୍ ଓଡ଼ିଶା) ଆଜିର ସମାଜରେ ବୋଲ ବମ୍ ଭକ୍ତଙ୍କୁ ନେଇ ଅନେକ ଲୋକଙ୍କର ଅନେକ ପ୍ରକାରର ମନ୍ତବ୍ୟ ରହିଛି। କିଏ କିଏ ବୋଲବମ୍ ଭକ୍ତଙ୍କୁ କେବଳ ଗଞ୍ଜେଇ ପିଇବାର ଏକ ମାଧ୍ୟମ ବୋଲି କହିବାକୁ ପଛାଉ ନାହାନ୍ତି, ଆଉ ସତକଥା ମଧ୍ଯ କିଛି ବୋଲବମ୍ ଭକ୍ତଙ୍କ ଦ୍ୱାରା ଏଭଳି ନୀନ୍ଦନୀୟ କାର୍ଯ୍ୟ କରୁଥିବାର ନଜିର୍ ମଧ୍ଯ ରହିଛି। ବର୍ତ୍ତମାନ କରୋନା ପାଇଁ ସମଗ୍ର ବିଶ୍ୱରେ ଅମ୍ଳଜାନର ଅଭାବ ବିଷୟରେ କାହାକୁ ଅଛପା ନାହିଁ , ପ୍ରାକୃତିକ ବିପର୍ଯ୍ୟୟ ଏହାର ମୂଳ କାରଣ। ଯଦି ଆଜିଠାରୁ ଯୁବପିଢ଼ି ପ୍ରକୃତିର ରକ୍ଷଣାବେକ୍ଷଣ ପାଇଁ ସଚେତନ ନହେବେ, ତେବେ ଆଗକୁ ଭିନ୍ନ ଭିନ୍ନ ସମସ୍ୟା ପାଇଁ ଆହୁରି ବିକଟାଳ ପରିସ୍ଥିତି ସୃଷ୍ଟି ହେବାରେ କୌଣସି ସନ୍ଦେହ ନାହିଁ। ଆଉ ଏହି ସମସ୍ୟାର ସମାଧାନ ନିମନ୍ତେ ଏବେ ସମସ୍ତେ ବିଶେଷ ଭାବରେ ଯୁବସମାଜ ଯେମିତି ଅଧିକ ତତ୍ପର ।ସରକାର କରୋନା କଟକଣା ପାଇଁ ଭିଡକୁ ଦୃଷ୍ଟିରେ ରଖି ବୋଲ ବମ୍ ଭକ୍ତଙ୍କୁ କୌଣସି ଶୈବ ପୀଠକୁ ଯିବା ପାଇଁ ବାରଣ କରିଛନ୍ତି। କିନ୍ତୁ ଏଥିରେ ମନ ଦୁଃଖ ନକରି ଆହୁରି ସକାରାତ୍ମକ ଉର୍ଜା ନେଇ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତର ବୋଲବମ୍ ଭକ୍ତଙ୍କ ଦ୍ୱାରା ଏକ ନିଆରା ପ୍ରଚେଷ୍ଟା ଦେଖିବାକୁ ମିଳିଥିଲା। ଏହି ପଞ୍ଚାୟତର ବୋଲବମ୍ ଭକ୍ତମାନେ ଆଜି ନିଜ ଅଞ୍ଚଳରେ ଥିବା ରାମେଶ୍ଵର ଶୈବପୀଠ ପ୍ରସିଦ୍ଧ ଗୁରୁବୁଢ଼ାରେ ଏକତ୍ରୀତ ହୋଇ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ହାତକୁ ନେଇଥିଲେ ।



ପ୍ରଥମକରି ଆଜି ୪୦/୫୦ ବିଭିନ୍ନ ଚାରା ଗଛ ଆଣି ବୋଲବମ୍ ଭକ୍ତ ମାନଙ୍କ ଦ୍ଵାରା ରୋପଣ କରାଯାଇଥିଲା। ଆହୁରି ମଧ୍ୟ ଚାରା ଅଣାଯାଇଅଛି ଏବଂ ଏହି ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ୧୦୦/୨୦୦ ଚାରା ରୋପଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି ବୋଲି ଭକ୍ତ ମାନେ ଉତ୍ସାହିତର ସହ କହିଛନ୍ତି। ମନ୍ଦିରର ପୂଜାରୀଙ୍କ ସମେତ ସ୍ଥାନୀୟ କିଛି ବୁଦ୍ଧିଜୀବୀ ମଧ୍ଯ ଏଥିରେ ସାମିଲ ହୋଇଥିଲେ। ଏହି ଶୈବ ପୀଠରେ ଥିବା ୫୪ ଏକର ଜମିକୁ କିପରି ଆହୁରି ସୁନ୍ଦର ସରସ କରାଯାଇପାରିବ ସେ ଦିଗରେ ଏହି ଯୁବପିଢ଼ି ବିଶେଷ ଧ୍ୟାନ ଦେବେ ବୋଲି ସମସ୍ତ ବୋଲବମ୍ ଭକ୍ତମାନେ ଆଜି ପ୍ରତିଜ୍ଞା ମଧ୍ୟ କରିଛନ୍ତି। ବନବିଭାଗ ମଧ୍ଯ ଏହି ଭକ୍ତ ମାନଙ୍କ ନିଆରା ପ୍ରୟାସକୁ ସ୍ଵାଗତ କରିବା ସହ ରୋପଣ କରାଯାଇଥିବା ସେହି ସମସ୍ତ ଚାରା ଗୁଡିକର କିପରି ଯତ୍ନ ନିଆଯାଇ ପାରିବ ସେ ବିଷୟରେ ବିଶେଷ ଧ୍ୟାନ ଦେବା ନେଇ ପ୍ରତିଶ୍ରୁତି ମଧ୍ଯ ଦେଇଛନ୍ତି।ଠାରେ କହି ରଖିବାକୁ ଚାହୁଁ ଯେ ଶ୍ରାବଣ ମାସଟି ବୃକ୍ଷରୋପଣ ପାଇଁ ଏକ ଉତ୍କୃଷ୍ଟ ସମୟ ହୋଇଥିବାରୁ ଅନ୍ୟ ବୋଲ ବମ୍ ଭକ୍ତ ମାନଙ୍କ ପାଇଁ ଏହା ଏକ ବିରାଟ ଉଦାହରଣ। 

ଯୁବସମାଜ ପାଇଁ ପ୍ରେରଣା ସାଜି ଥିବା ଏହି ଭକ୍ତ ମାନଙ୍କ ଏହିପରି ପ୍ରୟାସ ପାଇଁ ସେମାନଙ୍କୁ ହୃଦୟରୁ ସଲାମ୍ କରୁଛି। ଆଶା କରୁଛି ଅନ୍ୟ ବୋଲବମ୍ ଭକ୍ତମାନେ ଆପଣ ମାନଙ୍କର ଏହି ପ୍ରୟାସକୁ ଅନୁସରଣ କରିବେ ନିଶ୍ଚୟ।ଆମ ସମାଜର ଅନ୍ୟ ସମସ୍ତ ବୋଲବମ୍ ଭକ୍ତ ମାନଙ୍କୁ ଅନୁରୋଧ କରିବି, ଆପଣ ମାନେ ଏତେ କଷ୍ଟ କରି ପାଣି ନେଇ ଭିନ୍ନ ଭିନ୍ନ ଶୈବ ପୀଠ ରେ ପାଣି ଢ଼ାଳିଥାନ୍ତି । ଯେହେତୁ ଏବେ କରୋନା ସମୟ, ସରକାରଙ୍କ ନିୟମକୁ ମାନି ନିଜ ନିଜ ଅଞ୍ଚଳରେ ଥିବା ଶୈବ ପୀଠକୁ ପାଣି ନେବା ସହିତ ଗୋଟିଏ ଗୋଟିଏ ଚାରା ଗଛ ନେଇ ସେହି ଶୈବ ପୀଠ ଗୁଡ଼ିକରେ ଚାରା ଲଗାଇ ପ୍ରଭୁ ମହାଦେବଙ୍କୁ ସ୍ମରଣ କରି ସେଇଠି ପାଣି ଢାଳନ୍ତୁ। 

ମୋର ଆଶା ଏବଂ ବିଶ୍ବାସ ଆପଣଙ୍କ ଏହି ପୁଣ୍ଯ କର୍ମ ପାଇଁ ପ୍ରଭୁ ମହାଦେବ ନିଶ୍ଚୟ ଆପଣଙ୍କ ମନୋସ୍କାମନା ପୂରଣ କରିବେ। 


ବୌଦ୍ଧରୁ ହୃଦାନନ୍ଦ ମେହେର ଙ୍କ ରିପୋର୍ଟ ଆଜତକ ଓଡ଼ିଶା

Post a Comment

Previous Post Next Post