କଣ୍ଟାବାଞ୍ଜି:(ଆଜତକ୍ ଓଡ଼ିଶା) କ୍ରିଡାର ବିକାଶ ନିମନ୍ତେ ରାଜ୍ୟ ସରକାର ଆଉ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ କ୍ରୀଡା ଭିତ୍ତି ଭୂମୀର ବିକାଶ ପାଇଁ ମୋଟ ୮୯ ଗୋଟି ବହୂମୁଖୀ ଇନ୍ଡୋର ଷ୍ଟାଡିୟମ ତିଆରି କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏହି ଧାରାରେ କଂଟାବାଞ୍ଜି ଏନଏସି ପାଇଁ ମଧ୍ୟ ବହୂମୁଖୀ ଇନ୍ଡୋର ଷ୍ଟାଡିୟମ ତିଆରି କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କଂଟାବାଞ୍ଜି ଏନଏସିର ବାଳିକା ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ୦.୯୦ ଡିସମିଲ ଜମିରେ ଏହି ବହୂମୁଖୀ ଇନ୍ଡୋର ଷ୍ଟାଡିୟମ ତିଆରି ହେବାକୁ ସ୍ଥିର ହୋଇଛି । ୬ କୋଟି ୩୪ଲକ୍ଷ ୪୨ ହଜାର ଟଙ୍କା ବୟବରାତରେ ହେବାକୁ ଥିବା ଏହି ଷ୍ଟାଡିୟମ ୧୮ ମାସରେ ତିଆରି ହେବ ବୋଲି ମନ୍ତ୍ରୀ ଟୁୁକୁନୀ ସାହୁ କଂଟାବାଞ୍ଜିରେ ଆୟୋଜିତ ସାମ୍ବାଦିକ ସମ୍ମଲନୀରେ ଘୋଷଣା କରିଛନ୍ତି ।
ଏହି ଷ୍ଟାଡିୟମ କ୍ରୀଡା ସହ ବନ୍ୟା ଓ ବତ୍ୟା ସମୟରେ ଆଶ୍ରୟ ସ୍ଥଳି ଏବଂ ମହାମାରୀ ସମୟରେ ୫୦ ସଜ୍ୟା ଡାକ୍ତରଖାନା ଭାବେ ବ୍ୟବହାର କରାଯାଇପାରିବ । ଏହା ବ୍ୟତିତ ଟ୍ରେନିଂ ମିଟିଙ୍ଗ, ଏବଂ ବିଭିନ୍ନ ସମୟରେ ପରୀକ୍ଷା କେନ୍ଦ୍ର ଭାବେ ମଧ୍ୟ ଏହି ଷ୍ଟାଡିୟମ ଉପଯୋଗୀ ହୋଇପାରିବ ବୋଲି ଶ୍ରମତୀ ସାହୁ ଘୋଷଣା କରିଥିଲେ । ବେଡମିଟନ୍, ଟେବୁଲ ଟେସିନ, ଭାରତ୍ତଳନ ଆଦି କ୍ରୀଡା ସହଯୋଗ ଓ ବ୍ୟାୟାମ ଶାଳାର ବ୍ୟବସ୍ଥା ଉକ୍ତ ଷ୍ଟାଡିୟମରେ ରହିବ ବୋଲି ସୁଚନା ଦେଇଛନ୍ତି । ଏହି ସମ୍ମିଲନୀରେ କଂଟାବାଞ୍ଜି ପୁର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନ,ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ ପ୍ରମୁଖ ମଞ୍ଚାସିନ ଥିବା ବେଲେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କ୍ରୀଡାବିତ ବଜୟ ବଂସଳ, ରାଜ୍ୟ ମହିଳା ଉପସଭାପତି ଗୋପା ମହାନନ୍ଦ, ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାନ, ରାଜେନ୍ଦ୍ର ବେହେରା, ଦେବାର ବାରିକ, ଅମୁଲ୍ୟ ନାଗ, ମୁନା ମହାନ୍ତି, ବିଶାଳ ବେହେରା, ନଗର ଯୁବ ସଭାପତି ବିଷ୍ଣୁ ଜୁଏଡ, ଯୁଗ୍ମ ସଂପାଦକ ଶାନ୍ତାନୁ ବିଭାର, ଅରୁଣ ବାଗ, ସତ୍ୟନାରାଣ ରାଏ, ଶେଷଦେବ ପୁଟେଲଙ୍କ ସମେତ ମାରବ୍ୱାଡି ମହିଲା ମଂଚର ସଦସ୍ୟା ଓ ମହିଲା ନେତ୍ରୀ ମାନେ ଉପସ୍ଥିତ ଥିଲେ।
Post a Comment