ରାୟଗଡା ଯାଏଁ ସମ୍ପ୍ରସାରଣ ହେବ ଭୁବନେଶ୍ୱର ବଲାଙ୍ଗିର ଏକ୍ସପ୍ରେସ!


ଆଜତକ୍ ଓଡ଼ିଶା ବ୍ୟୁରୋ : ଟିଟିଲାଗଡ ଅଞ୍ଚଳ ବାସୀ ଙ୍କ ସମେତ ପାଖ କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲା ବାସୀ ଙ୍କର ଦୀର୍ଘ ଦିନରୁ ଦାବି ରହିଥିଲା ଯେ ଭୁବନେଶ୍ୱର- ବଲାଙ୍ଗିର ଇଣ୍ଟରସିଟି ଏକ୍ସପ୍ରେସ କୁ ସମ୍ପ୍ରସାରଣ କରିବା ପାଇଁ। ତେବେ ଶେଷରେ ଏହି ଦାବି ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି।Railway Board Meeting 2021 ରେ ଏହି ଏକ୍ସପ୍ରେସ କୁ ରାୟଗଡା ଯାଏଁ ସମ୍ପ୍ରସାରଣ କରିବା ପାଇଁ ନିଷ୍ପତ୍ତି ଗୃହିତ ହୋଇଛି ଏବଂ ବହୁତ ଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ତେବେ ଏହା ଦ୍ୱାରା ଟିଟିଲାଗଡ ଅଞ୍ଚଳ ବାସୀ ଙ୍କ ସମେତ ,କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲା ବାସୀ ବହୁତ ଉପକୃତ ହେବେ। ବଲାଙ୍ଗୀର ଠାରୁ ଏହି ଟ୍ରେନ ବଡ଼ମାଲ,ଟିଟିଲାଗଡ, କେସିଙ୍ଗା, ରୁପ୍ରା ରୋଡ଼, ନର୍ଲା ରୋଡ଼, ଆମ୍ବଦଳା, ମୁନିଗୁଡା, ଥେରୁବାଲି ଠାରେ ରହଣି ରହିଛି। ତେବେ ଏହି ନିଷ୍ପତ୍ତି କୁ ସବୁ ମହଲ ରେ ସ୍ୱାଗତ କରାଯାଉଛି।

Post a Comment

Previous Post Next Post