ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ ମା’ଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଅନୁଭବ। ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍ ହାଇସ୍କୁଲ ପଡିଆ ଠାରେ ଓଡିଶା କଳାକାର ଏକତା ମଞ୍ଚ ଦ୍ୱାରା ହ୍ୟୁମାନ ସାଗରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ରଖାଯାଇଛି। ସେହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଓ ସଂଗୀତ ଦୁନିଆରେ ବହୁତ ଜଣାଶୁଣା ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନୁଭବ ମହାନ୍ତି ମଧ୍ୟ ସେହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟିଟିଲାଗଡ଼ରେ ପହଞ୍ଚିଛନ୍ତି। ହ୍ୟୁମାନ ସାଗରଙ୍କ ମା’ଙ୍କୁ ଭେଟିବା ପରେ, ଅନୁଭବ କହିଛନ୍ତି ମୁଁ ତାଙ୍କର ବଡ଼ ପୁଅ ହେଇକି ରହିବି। ହ୍ୟୁମାନ ଚାଲିଗଲେ ମୋର ଭଏସ୍ ଚାଲିଗଲା। ତାଙ୍କ ବିନା ମୁଁ କିଛି ଭାବି ବି ପାରୁନାହିଁ ବୋଲି ଅନୁଭବ କୋହଭରା କଣ୍ଠରେ କହିଛନ୍ତ । ଅନୁଭବ କହିଥିଲେ, ହ୍ୟୁମାନକୁ ମୁଁ ବହୁତ ଭଲ ପାଏ । ଥିବାବେଳେ ଯେତିକି ଥିଲା ଏବେ ସେ ନାହିଁ ଆଉ ଏବେ ବୁଝି ପାରୁଛି ଏତେ ଭଲପାଉଛି ତାକୁ । ମୋ ସ୍ୱର ମୋତେ ଛାଡି ଚାଲି ଯାଇଛି । ହ୍ୟୁମାନଙ୍କ ମା' ମୋ ମା' । ମା'କୁ ମୁଁ କହିଛି ସେ ଏକା ଭାବିବେ ନାହିଁ ତାଙ୍କ ବଡ଼ ପୁଅ ଅନୁଭବ ତାଙ୍କ ସହ ଅଛି । ଏଭଳି ସମୟରେ ହ୍ୟୁମାନ ଯାଇଛି ବିଶ୍ୱାସ ହେଉନି । ଆଜି ତାକୁ ନେଇ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ । ଏହା ଆମ ମାନଙ୍କୁ ବହୁତ ସ୍ମରଣୀୟ ରହିବ । ସାରା ଓଡ଼ିଶାରୁ ବହୁ କଳାକାର ଲୋକ ଆସୁଛନ୍ତି ଆଜି ମୁଁ ବା କେମିତି ନ ଆସିଥାନ୍ତି । ସିନେମା ଜଗତରେ ଆଉ ଏଭଳି ଶୂନ୍ୟସ୍ଥାନ ପୂରଣ ହେବ ନା ନାହିଁ ତାହା ଜଣାନାହିଁ ।
ପ୍ରସିଦ୍ଧ ଓଲିଉଡ୍ ସିଙ୍ଗର ହ୍ୟୁମାନ ସାଗରଙ୍କ ଘରକୁ ଯାଇ ତାଙ୍କ ମାଆଙ୍କୁ ଭେଟି ସମବେଦନା ଜଣାଇଲେ ଓଡ଼ିଆ ସିନେ ଅଭିନେତା ଅନୁଭବ ମହାନ୍ତି
Sunday, December 07, 2025
0

Tags