IGHରେ ପୀଡ଼ତାକୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗପରିବାର ସଦସ୍ୟଙ୍କ ସହ ଭେଟିଲା ପରେ ରଖିଲେ ପ୍ରତିକ୍ରିୟା

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଚେଷ୍ଟା କରିଛନ୍ତି। ଆଜି ଆଇଜିଏଚ୍‌ ମେଡିକାଲ୍‌ ଯାଇ ପୀଡିତାଙ୍କୁ ଭେଟିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ୍ ମହାଲିଙ୍ଗ। ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି। ଏବଂ କହିଛନ୍ତି ପୀଡିତାଙ୍କ ଅବସ୍ଥା ଗୁରୁତର ରହିଛି , ଆବଶ୍ୟକ ପଡିଲେ ଏୟାର ଲିଫ୍ଟ କରାଯିବ। ଭୁବନେଶ୍ଵର ଏମ୍ସ କିମ୍ବା ଦିଲ୍ଲୀକୁ ଏୟାରଲିଫ୍ଟ କରାଯାଇପାରେ।ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ସଂପୃକ୍ତ ଛାତ୍ରୀଜଣଙ୍କ ଗତକାଲି ଅପରାହ୍ନରେ ସେ କଲେଜରୁ ଘରକୁ ଗଲା ପରେ ଗାଁର ଜଣେ ଯୁବକ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ ସେ ନିଜ ଦେହରେ କିରାସିିନି ଢାଳି ନିଆଁ ଲଗାଇ ଦେଇଥିଲେ। ଘର ଲୋକେ ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜଗାଙ୍ଗପୁର ଡାକ୍ତରଖାନା ଓ ପରେ ରାଉରକେଲା ଜେନେରାଲ ହସପିଟାଲକୁ ନେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default