ଲଷ୍ମୀ ପୂଜା ଉପଲକ୍ଷେ କଲସଯାତ୍ରା


ବେହେରା,୧୯।୧୨ (ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମ ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମରେ ରେ ମହାଲକ୍ଷ୍ମୀ ଙ୍କ ପୂଜନ ଉପଲକ୍ଷେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ।ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବିରାଟ କଳସ ଯାତ୍ରା ପାଇଁ ଶୋଭାଯାତ୍ରାରେ ବାହାରି ପାଖ ନଦୀ ରୁ ଗଙ୍ଗପୁଜନ ପୂର୍ବକ କଳସୀ ରେ ଜଳ ଧରି ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ। ଏହାପରେ ମା’ଙ୍କ ନିକଟରେ ବୈଦିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଚାରି ଦିନ ଧରି ମା’ଙ୍କ ପୂଜାର୍ଚ୍ଚନା ହେବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ପୂଜାରେ ନିରଞ୍ଜନ ନିଆଲ ସପତ୍ନିକ କର୍ତ୍ତା ରୂପରେ ଓ ପୂଜକ ରୂପେ ଜ୍ୟୋତିର୍ବିଦ ଭୂପେଶ ତିୱାରି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାଲକ୍ଷ୍ମୀ ପୂଜା କମିଟି ର ସଭାପତି ଜମ୍ବୁ ଧର ବାଗ,ଉପସଭାପତି କମଲୁ ନିଆଳ,ସମ୍ପାଦକ ଭାରତ ନିଆଲ୍,ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ବାଗ,କୋଷାଧ୍ୟକ୍ଷ ସଞ୍ଜୟ ବାଗ ଓ ଅନ୍ୟ ସଦସ୍ୟ ପରିଚାଳନା କରୁଥିବା ବେଳେ ଗ୍ରାମବାସୀଙ୍କର ସମ୍ପୂର୍ଣ ସହଯୋଗ ରହିଅଛି ।

Post a Comment

Previous Post Next Post