ବାଲେଶ୍ୱର, ୧୪/୧୨ : ରେମୁଣା ବ୍ଲକ ପତିରିପାଳ ପଞ୍ଚାୟତରେ ଭୀମେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଆସନ୍ତା ୨୬ରୁ ୨୮ ତାରିଖ ତିନିଧରି ଅନୁଷ୍ଠିତ ହେବ। ଏହି ସମାରୋହ ଅବସରରେ ଏକ ରକ୍ତଦାନ ଶିବିର ପୁରାତନ ଛାତ୍ର ସଂସଦ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦ ସଭାପତି ରମେଶଚନ୍ଦ୍ର ସାମଲଙ୍କ ପୌରହିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପତ୍ରିପାଳ ସରପଞ୍ଚ ବିଦ୍ୟାସ୍ମିତା ମହାଳିକ, ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଧାନଶିକ୍ଷକ ତଥା ରେମୁଣା ସମ୍ବାଦ ସାହିତ୍ୟ ଘର୍ ସଭାପତି ଡ. ଭାଗବତ ପ୍ରସାଦ ଦାସ, ସମ୍ମାନୀତ ଅତିଥି ଭାବେ ଡ. ଶ୍ୟାମସୁନ୍ଦର ପଣ୍ଡା, ସିଆରସିସି ରମେଶ ଚନ୍ଦ୍ର ଖଣ୍ଡା, ସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସେଠୀ, ପୁରାତନ ଛାତ୍ର ସଂସଦ ସମ୍ପାଦକ ଡ ରତ୍ନାକର ସିଂହ, ବାଲେଶ୍ୱର ରକ୍ତ କେନ୍ଦ୍ରର ଡାକ୍ତର ସତିଶ ଚନ୍ଦ୍ର ଜେନା, ଶିକ୍ଷକ ସୋମନାଥ ମହାକୁଡ, ବିଶ୍ବରଂଜନ ବାବୁ, ଶିକ୍ଷୟତ୍ରୀ ଗୀତାଞ୍ଜଳୀ ଆଚାର୍ଯ୍ୟ, ଉର୍ମିଳା ସେଠୀ, ଲିଲିମା ଦାସ, ସ୍ମୃତି ରେଖା ଦାସ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ଜେନାଙ୍କ ନେତୃତ୍ବରେ ବାଲେଶ୍ୱର ରକ୍ତ କେନ୍ଦ୍ରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହାପରେ ଏକ ସଭା ଆୟୋଜନ କରାଯାଇଥିଲା। ସାଂସ୍କୃତିକ ସମ୍ପାଦକ ରାଧାରଞ୍ଜନ ଦାସ ଅତିଥି ପରିଚୟ, ଚିନ୍ମୟ ରଥ ଓ କିର୍ତ୍ତୀ ରଞ୍ଜନ ଦ୍ୱିବେଦୀ ଗୀତା ପାଠ ଏବଂ ଆଲୁମିନି ସଭାପତି ବିନୋଦ କୁମାର ଦାସ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ଧନଞ୍ଜୟ ଷଡ଼ଙ୍ଗୀ, ଚିତ୍ତରଞ୍ଜନ ଦାସ, ତାପସ ରଞ୍ଜନ ରଥ, ରତିକାନ୍ତ ବେହେରା, ବିକାଶ କୁମାର ଜେନା, ଦୁର୍ଗା ମାଧବ ରଥ, ବିକାଶ ଜେନା, ରେମୁଣା ସମ୍ବାଦ ବ୍ଲକ ପ୍ରତିନିଧି ମାନସ ରଞ୍ଜନ ପାଢ଼ୀ, ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକଙ୍କ ସହ ପୁରାତନ ଛାତ୍ରଛାତ୍ରୀ ଓ ସ୍କୁଲ କମିଟିର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

Post a Comment