ନୁଆପଡା : (ବିରବଲ ପ୍ରଧାନ) ଶୀତ ଋତୁ ର ଆଗମନ ପରେ ଶୀତ ବସ୍ତ୍ର ର ଚାହିଦା ବଢିଯାଏ। ହେଲେ ଗରୀବ ସାଧାରଣ ମଣିଷ ଅଭାବ ଅନାଟନ ମଧ୍ୟରେ ରହି ଶୀତ କାକର ରେ ବଞ୍ଚିବା ପାଇଁ ବସ୍ତ୍ର ଟିଏ ପାଇବା ପାଇଁ ସମ୍ବଳ ର ଅଭାବ ଯୋଗୁଁ ସମ୍ଭବ ହୋଇ ପାରେ ନାହିଁ। ଏହି ପରିପ୍ରେକ୍ଷିରେ ବଣଜଙ୍ଗଲ ଘେରା ଅପହଞ୍ଚ ଇଲାକାରେ ଯୁବ ସାମ୍ୱାଦିକ ଗରିବ ନିରୀହ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚି ଦୀର୍ଘ ବର୍ଷ ଧରି କମ୍ବଳ ବାଣ୍ଟି ପ୍ରଶଂସା ସାଉଁଟି ଥିବା ଯୁବ ସାମ୍ୱାଦିକ ରାହୁଲ ରଣା ପୁଣି ଅପହଞ୍ଚ ଇଲାକାରେ କମ୍ବଳ ବାଣ୍ଟି ପ୍ରସଂଶା ର ପାତ୍ର ହୋଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ ସୀମାନ୍ତ ଅପହଞ୍ଚ ଅଞ୍ଚଳରେ ନଙ୍ଗଲବୋର୍ଡ ଗ୍ରାମ ପଞ୍ଚାୟତ ର ଗୋଲାବେଡା ଗ୍ରାମ ଅବସ୍ଥିତ। ଏଠାରେ ଅନେକ ମୌଳିକ ସୁବିଧା ରୁ ବଞ୍ଚିତ ରହିଥିବା ବେଳେ ଗରୀବ ଶ୍ରେଣୀର ଲୋକେ ବସବାସ କରୁଛନ୍ତି। ଅଭାବ ଅନାଟନ ମଧ୍ୟରେ ନିଜର ଗୁଜୁରାଣ ମେଣ୍ଟାଇବା ସହ ନିରୀହ ଜୀବନ ଅତିବାହିତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶୀତ ଦାଉରୁ ରକ୍ଷା ପାଇଁ ଯୁବ ସାମ୍ୱାଦିକ ଆଗେଇ ଆସି ଗ୍ରାମର ବୃଦ୍ଧ, ବୃଦ୍ଧା ତଥା ବିଧବା ଓ ନିରୀହ ଶ୍ରେଣୀର ଲୋକଙ୍କ ପାଇଁ ଶୀତ ବସ୍ତ୍ର ବଣ୍ଟନ କରିଛାନ୍ତି। ସାମ୍ୱାଦିକ ଜଣକ ଦୀର୍ଘ ୫ ବର୍ଷ ଧରି ଏହି ସେବା କାର୍ଯ୍ଯ ଜାରି ରଖିଥିବା ବେଳେ ଆଗକୁ ଏହି କାର୍ଯ୍ୟ ଜାରି ରଖିବା ପାଇଁ ଶ୍ରୀ ରଣା ପ୍ରକାଶ କରିଛନ୍ତି। ଆଜିର କମ୍ବଳ ବଣ୍ଟନ ଅବସର ରେ ନଙ୍ଗଲବୋର୍ଡ ସରପଞ୍ଚ ଜଗଦୀଶ ମାଝି, ସମିତି ସଭ୍ୟ ଡିଙ୍ଗର ମାଝି, ସମାଜ ସେବୀ ଦାଦୁ ଖାଁ, ହଳଧର ମାଝି, ୱାର୍ଡ ସଭ୍ୟ ତ୍ରିଲୋଚନ ମାଝି ସମେତ ସିନାପାଲି ବ୍ଲକ ର ସମସ୍ତ ସାମ୍ୱାଦିକ, ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Post a Comment