ନୂଆପଡ଼ା (ପରମେଶ୍ୱର ମେହେର) ଚାଷୀ ମାନଙ୍କ ସ୍ବାର୍ଥ ପାଇଁ ନବୀନ ସରକାର ଙ୍କ ସମୟ ରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଠାରେ ଆରଏମସି ଖରିଆରରୋଡ ଦ୍ୱାରା ପିଣ୍ଡି ନିର୍ମାଣ ହୋଇଛି। ହେଲେ କୌଣସି କାମରେ ଲାଗୁ ନ ଥିବା ବେଳେ ଖୋଲା ଆକାଶ ତଳେ ମଣ୍ଡି ଚାଲିଛି। ଚାଷୀ ମାନେ ଶୀତ କାକର ରେ ରହିବା ସହ ଧାନ ଗୁଡ଼ିକ ଖୋଲା ପଡ଼ିଆରେ ରହିଛି। ଅଦିନିଆ ବର୍ଷା ହେଲେ ଚାଷୀ ଚିନ୍ତିତ ହୋଇ ପଲିଥିନ ଢାଙ୍କି ଧାନ କୁ ସୁରକ୍ଷିତ ରଖିବାକୁ ହେଉଛି ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କେନ୍ଦୁମୁଣ୍ଡା ଠାରେ ସେବା ସମବାୟ ସମିତି ରହିଛି। ଏହି ଅଞ୍ଚଳ ର ଚାଷୀ ମାନେ ସମିତି ଜରିଆରେ ମଣ୍ଡି ରେ ଧାନ ବିକ୍ରୀ କରିଥାନ୍ତି। ସିନାପାଲି ବ୍ଲକ ର କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତ ସହିତ କରଣବାହାଲି, ଘୁଚାଗୁଡା, କଇଁଟପଦର, ନୂଆମାଳପଡା, ନଙ୍ଗଲବୋର୍ଡ ଅଞ୍ଚଳ ର ଚାଷୀ ମାନେ ଏଠାରେ ଧାନ ବିକ୍ରି କରିଥାନ୍ତି। ଚାଷୀ ମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ସରକାର ଙ୍କ ତରଫରୁ ୧୩ ଲକ୍ଷ ୭୭ ହଜାର ଅଟକଳ ମୂଲ୍ୟ ରେ ପିଣ୍ଡି ନିର୍ମାଣ ହୋଇଛି। ହେଲେ ଏଠାରେ ମଣ୍ଡି ନ ଚଳାଇ ଏକ ବ୍ୟକ୍ତିଙ୍କ ପଡିଆ ଜମିରେ ଚାଲିଛି। ଯାହା ଫଳରେ ଚାଷୀ ମାନେ ଖରା, ଶୀତ କାକର ରେ ରହିବା ପାଇଁ ବାଧ୍ୟ ହେଉଛନ୍ତି। ନିର୍ମିତ ହୋଇଥିବା ପିଣ୍ଡି କାମରେ ଲାଗୁ ନ ଥିବା ବେଳେ ଅସାମାଜିକ ବ୍ୟକ୍ତି ଙ୍କ ଆଡ୍ଡା ସ୍ଥଳୀ ପାଲଟିବା ସହ ମଦୁଆ ମାନେ ଆଡ୍ଡା ଜମାଇଛନ୍ତି। ଏପରିକି ରକ୍ଷଣା ବେକ୍ଷଣ ଅଭାବ ରୁ ପିଣ୍ଡି ର କିଛି ଅଂଶ ଭାଙ୍ଗିବା ଆରମ୍ଭ ହେଲାଣି ବୋଲି ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀ ମାନଙ୍କ ସ୍ବାର୍ଥ ପାଇଁ ନିର୍ମିତ ହୋଇଥିବା ପିଣ୍ଡି ରେ ମଣ୍ଡି ନ ଖୋଲି ଏକ ବେସରକାରୀ ଖୋଲା ଜମି ପଡ଼ିଆରେ ମଣ୍ଡି ଖୋଲିବା ର ଉଦ୍ଦେଶ୍ୟ କଣ ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପଟେ ସରକାର ରାଜ୍ୟ ରେ ଧାନ ସଂଗ୍ରହ ପ୍ରକ୍ରିୟା ର ସମୀକ୍ଷା କରି ଚାଷୀ ମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା, ଚାଷୀ ମାନଙ୍କ ପାଇଁ ଖାଦ୍ୟ, ପାଣି ଓ ଟଏଲେଟ ର ବ୍ୟବସ୍ତା କରିବାକୁ ପରାମର୍ଶ ଦେଇଥିବା ବେଳେ ଦଲାଲ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ରହିଛି। ସେହିପରି ଚାଷୀ ମାନଙ୍କ ନିକଟରେ କ୍ୟାନଟିନ, ପାନୀୟ ଜଳ, ଓ ଶୌଚାଳୟ ବ୍ୟବସ୍ଥାକୁ କୁ ଗୁରୁତ୍ବ ଦେବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଚାଷୀ ଙ୍କୁ ସଶକ୍ତିକରଣ ସରକାର ଙ୍କ ଦାୟିତ୍ୱ ଏବଂ ଲକ୍ଷ୍ୟ କୁ ନେଇ କାର୍ଯ୍ୟ କରୁଥିବା କହୁଥିବା ବେଳେ ସିନାପାଲି ଅଞ୍ଚଳ ରେ ଥିବା ମଣ୍ଡି ଗୁଡିକରେ ବାସ୍ତବ ଚିତ୍ର ଓଲଟା ଦେଖିବାକୁ ମିଳିଛି। ଏ ସଂମ୍ପର୍କରେ ନୂଆପଡ଼ା ଜିଲ୍ଲା ଖରିଆରରୋଡ ନିୟନ୍ତ୍ରିତ ବଜାର କମିଟି (ଆର ଏମ ସି) ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଲି ଙ୍କୁ ପଚାରିବାରୁ ଏ ସଂମ୍ପର୍କରେ ସିନାପାଲି ବ୍ଲକ ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ ସହିତ ପଚାରି ବୁଝୁଛି। ତଦନ୍ତ କଲାପରେ ଜଣା ପଡ଼ିବ ବୋଲି କହିବା ସହିତ କେନ୍ଦୁମୁଣ୍ଡା ସେବା ସମବାୟ ସମିତି ସମ୍ପାଦକ ଠାରୁ ପଚାରି ବୁଝିବା ପାଇଁ କହିଥିଲେ।

Post a Comment